ଏସିଆର ସବୁଠୁ ବଡ ବସ୍ତିରେ ପ୍ରବେଶ କଲା କରୋନା, ଅଧିକାରୀ ମହଲରେ ଚାଞ୍ଚଲ୍ୟ

Published By : Prameya-News7 Bureau | April 01, 2020 IST

ମୁମ୍ଵାଇ ୦୧।୦୪: ଦେଶରେ ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ  ହୋଇଛି ମହାରାଷ୍ଟ୍ର। ଏଠାରେ କରୋନାରେ ୩୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ କରୋନା  ଭାଇରସ୍‌ ମୁମ୍ବାଇରେ ଏସିଆର ସବୁଠୁ ବଡ ବସ୍ତିରେ ପ୍ରବେଶ କରିଛି। ମୁମ୍ବାଇର ଧାରାଭିରେ କରୋନା ଭାଇରସରେ ପ୍ରଥମ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ଏହା ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ରୋଗୀଙ୍କ ବୟସ ୫୬ ବର୍ଷ। ତାଙ୍କର ଚିକିତ୍ସା ଆରମ୍ଭ ହୋଇ ଯାଇଛି। ତାଙ୍କ ପରିବାରର ୮ ରୁ ୧୦ ଜଣଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି। ରୋଗୀ ଯେଉଁଠି ରୁହନ୍ତି ସେଠାକାର କୋଠାକୁ ସିଲ୍ କରାଯାଇଛି। ଉଲ୍ଲେଖଯୋଗ୍ୟ, ଧାରାଭି ମୁମ୍ବାଇରେ ୧୫ ଲକ୍ଷରୁ ଅଧିକ ଜନବହୁଳ ଇଲାକା। ଏହି ଇଲାକାର କ୍ଷେତ୍ରଫଳ ୬୧୩ ହେକ୍ଟର। ଧାରାଭିରେ ଲକ୍ଷାଧିକ ସଂଖ୍ୟାରେ ଦିନ ମଜୁରିଆ ଓ ଛୋଟ ବ୍ୟବସାୟୀ ରୁହନ୍ତି।

{"id":247683,"sizeSlug":"large"}

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରରେ ବୁଧବାର ୧୮ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁମ୍ବାଇର ସିଏସଟି ରେଲଓ୍ଵେ ପୋଲିସ ଷ୍ଟେସନର ଜଣେ କନଷ୍ଟେବଳ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଇଲାକାରେ ଆତଙ୍କ ଖେଳି ଯାଇଛି। ରେଲଓ୍ଵେ ପୋଲିସର ଏହି କନଷ୍ଟେବଳଙ୍କୁ ମାର୍ଚ୍ଚ ୩୦ରେ କଲ୍ୟାଣ ରୁକ୍ମିଣୀ  ବାଇ ହସ୍ପିଟାଲରୁ ସ୍ଥାନାନ୍ତର କରାଯାଇ କସ୍ତୁରବାରେ ଭର୍ତ୍ତି କରାଯାଇଛି। ପରୀକ୍ଷଣରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ କଥା ମାର୍ଚ୍ଚ ୧୫ ରୁ ୨୭ ମଧ୍ୟରେ ଥାନାର ୩୨ ପୋଲିସ କର୍ମଚାରୀ ସଂସ୍ପର୍ଶରେ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.