ଖୁସି ଖବର : ଡାକ୍ତରଖାନାରୁ ଡିସଚାର୍ଜ ହେଲେ ପ୍ରଥମ କରୋନା ସଂକ୍ରମିତ, ପୂର୍ବରୁ ସୁସ୍ଥ ହୋଇଛନ୍ତି ୨ୟ ଆକ୍ରାନ୍ତ

Published By : Prameya-News7 Bureau | April 03, 2020 IST

ଭୁବନେଶ୍ୱର ୦୩।୦୪: ରାଜ୍ୟବାସୀଙ୍କ ପାଇଁ ଖୁସିର ଖବର ।  ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କ ମେଡାକିଲାରୁ ଡିସଚାର୍ଜ କରାଯାଇଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରୁ ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଡିସଚାର୍ଜ କରାଯାଇଛି । ତାଙ୍କର ସ୍ବାବ ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି । ଗତ ବୁଧବାର ରାତିରେ ଦ୍ବିତୀୟକରୋନା ରୋଗୀଙ୍କୁ ଡିସଚାର୍ଏବେ ରାଜ୍ୟର ୩ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଟ୍ବିଟ୍ ଜରିଆରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ।

wp:core-embed/twitter {"url":"https://twitter.com/HFWOdisha/status/1245932363793620992","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1245932363793620992
/wp:core-embed/twitter

ମାର୍ଚ୍ଚ ମାସ ୧୫ତାରିଖ ଦିନ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣଙ୍କ ଇଟାଲୀରୁ ଫେରିଥିଲେ ।  ଆକ୍ରାନ୍ତଙ୍କ ରକ୍ତ ସ୍ୱାବ ପରୀକ୍ଷଣ କରାଯାଇଥିଲ । ଏବଂ ରିପୋର୍ଟ ପଜିଟିଭି ଆସିଥିଲା । ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା । ତେବେ ୨୦ଦିନରେ ଚିକିତ୍ସା ପରେ ଆକ୍ରାନ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବାରୁ ଆଜି ମେଡିକାଲରୁ ଡିସ୍‌ଚାର୍ଜ କରାଯାଇଛି । ସେହିପରି ବୁଧବାର ଦିନ ରାଜ୍ୟର ଦ୍ୱିତୀୟ କରୋନା ଆକ୍ରାନ୍ତ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡିସ୍‌ଚାର୍ଜ କରାଯାଇଥିଲା ।

wp:core-embed/twitter {"url":"https://twitter.com/HFWOdisha/status/1245372929799385089","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1245372929799385089
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.