ପାକିସ୍ତାନରେ ପ୍ରଥମ କରୋନା ମୃତ୍ୟୁ: ସ୍ଥିତି ହେଉଛି ଭୟଙ୍କର, ୟୁଜର୍ସ ଲେଖିଲେ, 'ପାକିସ୍ତାନାକୁ ଚୀନ୍ ଦେଇଛି ପାନେ'

Published By : Prameya-News7 Bureau | March 17, 2020 IST

ଇସ୍ଲାମାବାଦ୧୭/୩: କରୋନା, ଏହି ନାଁ ଶୁଣିଲେ ଲୋକେ ଭୟଭୀତ। ଏହି ସଂକ୍ରମଣ ରୋଗରେ ବିଶ୍ବରେ ହଜାର ହଜାର ଲୋକେ ଆକ୍ରାନ୍ତ ହୋଇ ସାରିଲେଣି। କେବଳ ଭାରତ ନୁହେଁ ପୂରା ବିଶ୍ବରେ କରୋନା ଆତଙ୍କ ଖେଳି ଯାଇଛି। ଏଥିରୁ ବାଦ ପଡି ନାହିଁ ପଡ଼ୋଶୀ ଦେଶ ପାକିସ୍ତାନ। କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଧୀରେ ଧୀରେ ପାକିସ୍ତାନରେ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ  ଇମ୍ରାନ ସରକାର ଏପର୍ଯ୍ୟନ୍ତ ସେହିଭଳି ଆଖି ଦୃଶିଆ ପଦକ୍ଷେପ ନେଇ ନାହାନ୍ତି। ଅନ୍ୟପଟେ ମାସ୍କ ଓ ସାନିଟାଇଜର ପ୍ରସ୍ତୁତି ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ନିର୍ଦ୍ଦେଶ ଦେଇଛନ୍ତି। ଏପଟେ ମାସ୍କ ଓ ସାଇଟାଇଜର ପାକିସ୍ତାନ ପାଖରେ ପର୍ଯ୍ୟପ୍ତ ପରିମାଣରେ ମହଜୁଦ୍ ନାହିଁ। ମଙ୍ଗଳବାର ଅର୍ଥାତ ଆଜି ପାକିସ୍ତାନରେ କରୋନା ଆକ୍ରାନ୍ତରେ ପ୍ରଥମ ମୃତ୍ୟୁ ହୋଇଛି।

{"id":239710,"sizeSlug":"large"}

ପାକିସ୍ତାନର ଏକ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ୧୮୩ ଜଣ କରୋନା ସଂକ୍ରମଣ ରୋଗୀ ପାକିସ୍ତାନରେ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସିନ୍ଧରେ ୧୫୦ ଜଣ, ଇସ୍ଲାମାବାଦରେ ୨ ଜଣ, ଖାଇବେର ପଖତୁନଓ୍ବାରେ ୧୫ ଜଣ ଓ ପଞ୍ଜାବରେ ୧, ବଲୁଚିସ୍ତାନରେ ୧୦ ଜଣ ଏବଂ ଗିଲଗିତ- ବାଲଟିସ୍ତାନରେ ୫ ଜଣ। ନିକଟରେ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବଢ଼ିବା ଦେଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ଡାକିଥିଲେ। ଏହି ବୈଠକରେ ପାକିସ୍ତାନର ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଜଫଟ ମିର୍ଜା କହିଥିଲେ, କରୋନା ଭାଇରସ୍‌କୁ ଆଖି ଆଗରେ ରଖି ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ଧୀରେ ଧୀରେ ପାକିସ୍ତାନରେ କରୋନା ଆକ୍ରାନ୍ତ  ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ହେଲେ ଇମ୍ରାନ ସରକାର ହାତ ଉପ​ରେ ହାତ ଦେଇ ବସିଥିବା ପାକ୍‌ ଗଣମାଧ୍ୟମରେ ପ୍ରକାଶିତ ହୋଇଛି।

{"id":239711,"sizeSlug":"large"}

ଅନ୍ୟପଟେ ଗତ ଡିସେମ୍ବର ମାସରେ ଚୀନ୍‌ର ବୁହାନ ସହରରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍‌ ପାକିସ୍ତାନରେ ଭୟାବହ ସୃଷ୍ଟି କରିଛି। ଏହାକୁ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର କୌତୁକିଆ ଭିଡିଓ ପୋଷ୍ଟ ହୋଇଛି। ପାକିସ୍ତାନ ଓ ଚୀନକୁ ନେଇ ୟୁଜର୍ସ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ପ୍ରତ୍ୟେକ କ୍ଷେତ୍ରରେ ଚୀନ୍ ପାକିସ୍ତାନକୁ ସାହାଯ୍ୟ କରି ଆସିଛି। ଚୀନ୍‌ର ସଂକଟ ସମୟରେ କିଛି ମାତ୍ରାର କରୋନ ଭାଇରାସ୍‌  ପାକିସ୍ତାନ ନିଜ ଦେଶକୁ ନେଇ ଆସିଲେ ଭଲ ହେବ। ଆଉ କିଏ କିଏ ଲେଖିଛନ୍ତି ଯେ, ପାକିସ୍ତାନକୁ ଚୀନ ଦେଇଛି ପାନେ। ଏଭଳି କଥା ସୋସିଆଲ ମିଡିଆରେ ଭାଇରାଲ  ହେବାର ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.