ରାଜ୍ୟରେ ପ୍ରଥମ କରୋନା ମୃତ୍ୟୁ ! ଏମ୍ସରେ ସୋମବାର ମୃତ୍ୟୁବରଣ କରିଥିବା ବ୍ୟକ୍ତି ଥିଲେ କୋଭିଡ୍-୧୯ ପଜିଟିଭ୍

Published By : Prameya-News7 Bureau | April 07, 2020 IST

ଭୁବନେଶ୍ୱର ୦୭।୦୪: ରାଜ୍ୟ ପାଇଁ କରୋନା ଜନିତ ସବୁଠୁ ବଡ ଦୁଃଖଦ ଓ ଚିନ୍ତାଜନକ ଖବର । ରାଜ୍ୟର ପ୍ରଥମ କୋଭିଡ-୧୯ ମୃତ୍ୟୁ ଖବର ଆସିଛି।  ଏମ୍‌ସରେ ଚିକିତ୍ସାଧୀନ ଥାଇ ଗତ ୬ତାରିଖ ଦିନ ସଂପୃକ୍ତ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିଲା । ଯଦିଓ ସଂପୃକ୍ତ ୭୨ବର୍ଷୀୟ ବ୍ୟକ୍ତିଜଣଙ୍କ ଏକାଧିକ ରୋଗରେ ଆକ୍ରାନ୍ତ ଥିଲେ , କିନ୍ତୁ ନମୁନା ପରୀକ୍ଷାରୁ ସେ କୋଭିଡ-୧୯ ପଜିଟିଭ୍‌ ଥିବା ଜଣାଯାଇଛି ।

wp:core-embed/twitter {"url":"https://twitter.com/HFWOdisha/status/1247441298400800768","type":"rich","providerNameSlug":"twitter","className":""}
https://twitter.com/HFWOdisha/status/1247441298400800768
/wp:core-embed/twitter

ଅପ୍ରେଲ୍‌ ୪ତାରିଖରେ ଝାରପଡା ଅଞ୍ଚଳର ସେହି ବ୍ୟକ୍ତିଜଣଙ୍କ ଅସୁସ୍ଥତା କାରଣରୁ ଏମ୍‌ସରେ ଭର୍ତ୍ତି ହୋଇଥିଲେ । ତାଙ୍କର ଶ୍ୱାସପ୍ରଶ୍ୱାସ ଜନିତ ଅସୁସ୍ଥତା ଥିଲା ଏବଂ ସେ ଜଣେ କ୍ରନିକ୍‌ ଉଚ୍ଚ ରକ୍ତ ଚାପ ରୋଗୀ ଥିଲେ । ଚିକିତ୍ସା ଜାରି ଥିବା ବେଳେ ସୋମବାର ଦିନ ତାଙ୍କର ମୃତ୍ୟୁ ଘଟିଛି । ଚିକିତ୍ସାଧୀନ ଥିବା ବେଳେ ତାଙ୍କ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା । ପରୀକ୍ଷା ରିପୋର୍ଟରୁ ସେ କୋଭିଡ-୧୯ରେ ଆକ୍ରାନ୍ତ ଥିବା ଆଜି ଜଣାପଡିଛି । ଫଳରେ ରାଜ୍ୟରେ ଏହା ପ୍ରଥମ କରୋନା ଜନିତ ମୃତ୍ୟୁ ବୋଲି କୁହାଯାଉଛି । କିନ୍ତୁ ସଂପୃକ୍ତ ରୋଗୀଙ୍କ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜଣାଇଥିଲେ ବି ଏହା ପ୍ରଥମ କରୋନା ଜନିତ ମୃତ୍ୟୁ ବୋଲି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ଏବେ ସଂପୃକ୍ତ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ଛାନ୍‌ଭିନ୍‌ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.