କୋଚ୍ଚିରେ ସନ୍ଦିଗ୍ଧ Corona ସଂକ୍ରମିତଙ୍କ ମୃତ୍ୟୁ, ମାଲେସିଆରୁ ଫେରିଥିଲେ ବ୍ୟକ୍ତି

Published By : Prameya-News7 Bureau | March 01, 2020 IST

କୋଚ୍ଚି ୧।୩:  ଭାରତରେ କରୋନା ସଂକ୍ରମିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। କେରଳର କୋଚ୍ଚିରେ ଏହି ମୃତ୍ୟୁ ହୋଇଥିବା ବେଳେ ବ୍ୟକ୍ତି କଛି ଦିନ ପୂର୍ବରୁ ମାଲେସିଆରୁ ଫେରିଥିଲେ। ତାଙ୍କର ପ୍ରଥମ ପରୀକ୍ଷଣ ରିପୋର୍ଟ ନେଗେଟିଭ ଆସିଥିଲା। ହେଲେ ଯାତ୍ରାରୁ ଫେରିବା ପରେ ଥକ୍କା ଅନୁଭବ କରୁଥିବାରୁ ତାଙ୍କୁ ଅବଜରଭେସନରେ ରଖାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

{"id":231175,"sizeSlug":"large"}

ମୃତକ ଜେନେଶ ଗତ ଗୁରୁବାର ବିଳମ୍ବିତ ରାତ୍ରିରେ କେରଳ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ। ତାଙ୍କ ଘର କୋଚ୍ଚି କାଲାମସେରୀରେ। ତେବେ ସେ ସିଓଭିଡି-୧୯ରେ ସଂକ୍ରମିତ ନଥିବା ଆଲାପୁଝାସ୍ଥିତ ନ୍ୟାସନାଲ ଇନିଷ୍ଟିଚ୍ୟୁଟ୍ ଅଫ ଭାଇରୋଲଜି (ଏନଆଇଭି)ଙ୍କରିପୋର୍ଟରୁ ଜଣାପଡିଛି।

{"id":231176,"width":580,"height":482,"sizeSlug":"large"}

ଜେନେଶ ଡାଇବେଟିଜ୍‌ ରୋଗୀ ହୋଇଥିବା ବେଳେ ତାଙ୍କର ଶ୍ୱାସ ରୋଗ ଥିଲା। ତେବେ ନିମୋନିଆ ଓ କିଟୋଏସିଡୋସିସ୍ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ରୋଗୀଙ୍କ ଏଚ-୧ଏନ-୧ ଓ ସିଓଭିଡି-୧୯ ପରୀକ୍ଷଣ ଲାଗି ରକ୍ତନମୁନା ସଂଗ୍ରହ କରି ଏନଆଇଭି ପଠାଯାଇଥିଲା। ତେବେ ଦ୍ୱିତୀୟ ରିପୋର୍ଟ ହେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କରୋନା ସଂକ୍ରମଣ ଆଶଙ୍କାରେ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ୧୭ ଜଣଙ୍କୁ ପୃଥକ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୮ ଜଣଙ୍କୁ ଏବେ ଛାଡି ଦିଆଯାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.