କାୟା ମେଲାଉଛି କରୋନା: ବ୍ରିଟେନରେ ପ୍ରଥମ ମୁଣ୍ଡ ନେଲା କରୋନା, ଆମେରିକାରେ ୧୨ ମୃତ

Published By : Prameya-News7 Bureau | March 06, 2020 IST

ବ୍ରିଟେନ୍ ୦୬|୦୩:  ସାରା ବିଶ୍ୱରେ କରୋନା ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଚୀନର ବୁହାନରୁ ସୃଷ୍ଟି ହୋଇଥିବା ଏହି ଭାଇରସ ୮୦ଟି ଦେଶକୁ ପ୍ରଭାବିତ କରିସାରିଛି। ସାରା ବିଶ୍ୱରେ ମୋଟ ୧ ଲକ୍ଷ ଲୋକ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆହୁରି ମଧ୍ୟ ୩୩୦୦ରୁ ଅଧିକ ପ୍ରାଣ ହରାଇ ସାରିଛନ୍ତି। ସେହିପରି ବ୍ରିଟେନରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ତେବେ ଆମେରିକା କରୋନା ମୁକାବିଲା ପାଇଁ ୬.୩ ବିଲିୟନ ଡଲାରର ଫଣ୍ଡ ଜାରୀ କରିଛି।

{"id":233885,"width":744,"height":418,"sizeSlug":"large"}

ବ୍ରିଟେନରେ ପ୍ରଥମ କରୋନା ମୃତ୍ୟୁ ସାମ୍ନାକୁ ଆସିଛି। ଏନେଇ ସରକାରୀ ଭାବେ ସୂଚନା ଦିଆଯାଇଛି। ଏହାସହ ଇଂଲଣ୍ଡରେ ମୋଟ ୧୧୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଲଣ୍ଡନର ରୟାଲ ଓ୍ୱାର୍କସାୟର ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣ ବିଦେଶରୁ ଫେରିଛନ୍ତି।

{"id":233887,"width":754,"height":502,"sizeSlug":"large"}

ଆମେରିକାରେ ମଧ୍ୟ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଏବେସୁଦ୍ଧା ସେଠାକାର ୧୫ଟି ରାଜ୍ୟରେ ୧୨ଜଣ ପ୍ରାଣ ହରାଇଛନ୍ତି। ୧୮୦ଜଣ ସଂକ୍ରମିତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.