ଦିଲ୍ଲୀ ଜେଲରେ ପ୍ରଥମ କରୋନା ମୃତ୍ୟୁ, ୨୮ ବନ୍ଦୀଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୬: କରୋନା ସଂକ୍ରମଣ ଯୋଗୁ ଦିଲ୍ଲୀ ଜେଲରେ ମୃତ୍ୟୁ ହୋଇଛି। ମଣ୍ଡୋଲୀ ଜେଲରେ ଜଣେ କୈଦୀଙ୍କ ମୃତ୍ୟୁ  କରୋନାରେ ହୋଇଥିବା ରବିବାର ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ଏଣୁ ମୃତ ବନ୍ଦୀଙ୍କ ବାରାକ୍‌ରେ ରହୁଥିବା ଅନ୍ୟ ୨୮ ବନ୍ଦୀଙ୍କର ଏବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ଜେଲରେ ରହୁଥିବା ୬୨ ବର୍ଷ ବୟସ୍କ ବନ୍ଦୀ କମ୍ବର ସିଂହଙ୍କର ଗତ ଜୁନ ୧୫ ତାରିଖ ଦିନ ମୃତ୍ୟୁ ହୋଇଥିଲା। ତେବେ ସେ କରୋନା ସଂକ୍ରମିତ ହୋଇଥିଲେ ବୋଲି ରବିବାର ଜଣାପଡିଛି। ଜେଲରେ କରୋନା ନେଇ ଜଣାପଡିବା ପରେ ବନ୍ଦୀ ଓ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି। ମୃତ କମ୍ବର ସିଂହଙ୍କ ଠାରେ ସଂକ୍ରମଣ ଅଥବା ଅସୁସ୍ଥତାର କୌଣସି  ଲକ୍ଷଣ ନଥିଲା। ୧୪ ତାରିଖ ରାତିରେ ସ୍ୱଭାବିକ ଶୋଇବାକୁ ଯାଇଥିଲେ। ହେଲେ ୧୫ ତାରିଖ ସକାଳେ ସେ ଉଠି ନଥିଲେ।

ଦିଲ୍ଲୀରେ ମଣ୍ଡୋଲି ସମେତ ରୋହିଣୀ ଓ ତିହାର ଜେଲ ରହିଛି। ଏହି ସବୁ କାରାଗାରରେ ଏପର୍ଯ୍ୟନ୍ତ ୨୩ ଜଣ ବନ୍ଦୀଙ୍କୁ ସଂକ୍ରମିତ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି।  ସେହିପରି ଏପର୍ଯ୍ୟନ୍ତ କାରାଗାର କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଅସୁସ୍ଥ କର୍ମଚାରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୭ ଜଣ ସୁସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.