Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅନୁଗୋଳରେ କରୋନା ନେଲା ପ୍ରଥମ ମୁଣ୍ଡ

30/06/2020 at 8:36 PM

ଅନୁଗୋଳ, ୩୦|୦୬:  ଅନୁଗୋଳରେ କରୋନାରେ ଗଡ଼ିଲା ପ୍ରଥମ ମୁଣ୍ଡ। ଜିଲ୍ଲାରେ ୫୭ ବର୍ଷୀୟ ଏକ ରାଷ୍ଟ୍ରାୟତ କମ୍ପାନୀର ଜଣେ ଉଚ୍ଚପଦସ୍ଥ ଅଫିସରଙ୍କର ମୃତ୍ୟୁ ହୋଇଛି। ଭୀମସାରରେ ତାଙ୍କର ଚିକିତ୍ସା ଚାଲିଥିଲା। ପଜିଟିଭ ଜାଣିଲା ପରେ ଭୀମସାରରୁ ତାଳଚେର କୋଭିଡ ହସ୍ପିଟାଲ ନେବା ବାଟରେ ତାଙ୍କର ମୁତ୍ୟୁ ହୋଇଥିବା ଜଣାପଡିଛି।

ମଙ୍ଗଳବାର ଜିଲ୍ଲା ପ୍ରଶାସନ ତାଳଚେର କୋଭିଡ ହସ୍ପିଟାଲରୁ ଅପରାହ୍ନରେ ଭୁବନେଶ୍ୱର ସତ୍ୟନଗର ସ୍ଥିତ ଶ୍ମସାନକୁ ମୃତଦେହ ଦାହ ପାଇଁ ପଠାଇଛି। ଏପଟେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣକୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି। ଏପରିକି ତାଙ୍କ କାର୍ଯ୍ୟାଳୟକୁ ମଧ୍ୟ ୨ ଦିନ ପାଇଁ ବନ୍ଦ ରଖି ସାନିଟାଇଜ କରାଯାଉଛି।

ଆହୁରି ମଧ୍ୟ ନାଲକୋ ହସ୍ପିଟାଲର ଓପିଡ଼ିକୁ ଗୋଟିଏ ଦିନ ପାଇଁ ବନ୍ଦ ରଖି ସାନିଟାଇଜ କରାଯିବା ସହ ତାଙ୍କ କ୍ୱାଟରକୁ ସିଲ୍ କରା ଯାଇଛି। ନାଲକୋର କ୍ୟାଣ୍ଟିନ ମଧ୍ୟ ବନ୍ଦ କରିଛନ୍ତି। ସେପଟେ ତାଙ୍କ ୫୨ ବର୍ଷୀୟ ପତ୍ନୀଙ୍କର ମଧ୍ୟ କରୋନା ପଜିଟିଭ ବାହାରି ଥିବାରୁ ତାଙ୍କୁ କଟକରଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଏନେଇ ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଏକ ପ୍ରେସ୍ ନୋଟ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଏହାସହ ମୃତ୍ୟୁ ପରେ ତାଙ୍କ ପତ୍ନୀ ଅଧ୍ୟାପିକା ଭାବେ କାର୍ଯ୍ୟ କରୁଥିବା ଭିସୁଟକୁ ମଧ୍ୟ ସିଲ୍ କରିଦିଆଯାଇଛି ।

   Related Posts