Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରକ୍ଷାପାଇଲାନି ରାୟଗଡା, ୩୦ଜିଲ୍ଲାକୁ ଛୁଇଁଲା କରୋନା : ଆଜି ୧୪୩ କୋଭିଡ୍‌ ପଜିଟିଭ୍ ଚିହ୍ନଟ

3/06/2020 at 1:28 PM

ଭୁବନେଶ୍ୱର ୦୩।୦୬: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟର ୨୯ଟି ଜିଲ୍ଲାକୁ କରୋନା ବ୍ୟାପିସାରିଥିବା ବେଳେ ଆଜି ରାୟଗଡା ଜିଲ୍ଲାକୁ  ବ୍ୟାପିଛି କୋଭିଡ଼। ରାଜ୍ୟର ୨୯ଟି ଜିଲ୍ଲାରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ରାୟଗଡା ଜିଲ୍ଲା ଏହି ମହାମାରୀ ସଂକ୍ରମଣରୁ ଦୂରରେ ଥିଲା । କିନ୍ତୁ ଆଜି ରାୟଗଡାରୁ ସଂକ୍ରମିତ ଚିହ୍ନଟ ହେବା ପରେ ଏବେ ସାରାରାଜ୍ୟ କରୋନା କବଳରେ । ରାଜ୍ୟର ୩୦ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି  ଆଜି ରାଜ୍ୟରେ ୧୪୩ ନୂଆ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୨ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୧୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ରାୟଗଡାରୁ ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ଦିଲ୍ଲୀ ଫେରନ୍ତା । କିଛି ଦିନ ତଳେ ଦିଲ୍ଲୀରୁ ଫେରି ସେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ପରେ ତାଙ୍କ ସ୍ୱାବ ଟେଷ୍ଟ ରିପୋର୍ଟରୁ ସେ କରୋନା ପଜିଟିଭ୍‌ ଥିବା ଜଣାପଡିଛି । ଯାହାଦ୍ୱାର ରାୟଗଡା ଜିଲ୍ଲାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାୟଗଡାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦ୍ୱାରା ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳେ ରାୟଗଡା ଜିଲ୍ଲାରୁ କୌଣସି କରୋନା ଆକ୍ରାନ୍ତ ନଥିଲେ , ଆଜି ପଜିଟିଭ୍ ଚିହ୍ନଟ ହେବା ପରେ ରାୟଗଡା ଜିଲ୍ଲା ମଧ୍ୟ କରୋନା କବଳରେ ଆସିଯାଇଛି ।

   Related Posts