ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ : କ୍ୟାପିଟାଲ୍ ହସ୍ପିଟାଲରେ ଚାଲିଛି ଚିକିତ୍ସା, RMRCରେ ପରୀକ୍ଷା ପରେ ରିପୋର୍ଟ ପଜିଟିଭ !
16/03/2020 at 8:31 AM

ଭୁବନେଶ୍ବର ୧୬।୦୩: ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ । ସେ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଘର ମଧ୍ୟ ଭୁବନେଶ୍ୱରରେ । ରକ୍ତ ଓ ସ୍ୱାବ ନମୁନା ପରୀକ୍ଷାରୁ ସେ କରୋନା ଭାଇରସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।
RMRCରେ ପରୀକ୍ଷା ପରେ ଏହା ଜଣାପଡ଼ିଥିବା ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଯୁବକ ଜଣଙ୍କ ଗତ ୬ ତାରିଖରେ ଇଟାଲୀରୁ ଦିଲ୍ଲୀ ଫେରିଥିଲେ । ଦିଲ୍ଲୀରେ ସେ କିଛି ଦିନ କ୍ୱାରେଣ୍ଟିନରେ ରହିଥିଲେ । ଏହାପରେ ୧୨ ତାରିଖରେ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ । ତେବେ ୧୩ ତାରିଖରୁ ଥଣ୍ଡା ଓ ଜ୍ୱର ନଛାଡ଼ିବାରୁ ସଂପୃକ୍ତ ଯୁବକ କ୍ୟାପିଟାଲ ହସ୍ପିଟାଲ ଆସିଥିଲେ । ଯୁବକଙ୍କ ନିକଟରେ କରୋନା ଭୂତାଣୁ ଚିହ୍ନଟ ପରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରୀକ୍ଷଣରେ ରଖାଯାଇଛି । ଏପରିକି ସଂପୃକ୍ତ ଯୁବକ ଆସିଥିବା ଟ୍ରେନ୍ ଯାତ୍ରୀଙ୍କୁ ମଧ୍ୟ ଖୋଜାଯିବ ବୋଲି ଜଣାପଡ଼ିଛି ।