Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

Z+ ଭଳି ସୁରକ୍ଷା ସହ ରାଜଧାନୀରେ ପହଞ୍ଚିଲା କରୋନା ଭ୍ୟାକସିନ୍: ଆସିଛି ୪୭୮ ବକ୍ସ, ଗୋଟିଏ ଡୋଜ୍ ୨୧୦ ଟଙ୍କା

12/01/2021 at 11:47 AM

ନୂଆଦିଲ୍ଲୀ ୧୨/୦୧ : ଦେଶରେ ଜାନୁଆରୀ ୧୬ ତାରିଖରୁ କରୋନା ଟୀକାକରଣ ହେବ। କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ ଯେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟୀକାକରଣ ଖର୍ଚ୍ଚ ସରକାର ବହନ କରିବେ। ସୋମବାର ଦିନ ମହାରାଷ୍ଟ୍ର ପୁନେ ବିମାନବନ୍ଦରରୁ ପ୍ରଥମ ଅପର୍ଯ୍ୟାୟ ଭ୍ୟାକସିନ ଦିଲ୍ଲୀରେ ପହଞ୍ଚିଛି। ଏଠାରୁ ଭ୍ୟାକସିନ ବିଭିନ୍ନ ରାଜ୍ୟକୁ ପଠାଯିବ। କୋଭିସିଲ୍ଡର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାର ସକାଳୁ ପୁନେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ବିମାନବନ୍ଦର ପାଇଁ ବାହାରିଥିଲା। ପ୍ରଥମ ବିମାନ ଦିଲ୍ଲୀ ଯାଇଛି।

ପୁନେ ବିମାନବନ୍ଦର ତରଫରୁ ଟ୍ୱିଟ କରାଯାଇଥିଲା, ‘ଯିବାକୁ ପ୍ରସ୍ତୁତ, ଭାରତ ସହ ଅଛୁ’

ପୁନେ ବିମାନବନ୍ଦରରୁ ଏହି ଟୀକା ବିମାନ ଜରିଆରେ ଭାରତର ବିଭିନ୍ନ ରାଜ୍ୟକୁ ପଠାଯିବ। ଟୀକା ବାହାରକୁ ପଠାଯିବା ପୂର୍ବରୁ ପୂଜା ମଧ୍ୟ କରାଯାଇଥିଲା। ସୂତ୍ର ଅନୁଯାୟୀ, ଟ୍ରକରେ ୪୭୮ଟି ବକ୍ସ ଥିଲା ଏବଂ ପ୍ରତ୍ୟେକ ବକ୍ସର ଓଜନ ୩୨ କିଲୋଗ୍ରାମ।

ମହାମାରୀ ସହ ଲଢେଇ କରୁଥିବା ଦେଶ ପାଇଁ ଭ୍ୟାକସିନ ସୁନା ଠାରୁ କମ ନୁହେଁ। ସେଥିପାଇଁ ଭ୍ୟାକସିନକୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅଣାଯାଇଥିଲା। ଭ୍ୟାକସିନ ଟ୍ରକକୁ ଜେଡ ପ୍ଲସ ଭଳି ସିକ୍ୟୁରିଟି ଦିଆଯାଇଥିଲା। ଟ୍ରକ ଆଗରେ ଓ ପଛରେ ପୋଲିସ ଗାଡି ଥିଲା।

କମ୍ପାନୀ, ଲଜିଷ୍ଟିକ ଫର୍ମ, ସରକାର ଓ ସମସ୍ତ ହସ୍ପିଟାଲ ପ୍ରଶାସନ ଭ୍ୟାକସିନ ଚୋରି ରୋକିବାକୁ ଫୁଲପ୍ରୁଫ ପ୍ଲାନ ପ୍ରସ୍ତୁତ କରୁଛନ୍ତି। ଭ୍ୟାକସିନ ନାଁରେ ଯେଭଳି କୌଣସି କଳାବଜାରୀ ନ ହୁଏ ତା ପ୍ରତି ମଧ୍ୟ ସରକାର ଓ ଭ୍ୟାକସିନ ନିର୍ମାଣ ସତର୍କ ଅଛନ୍ତି। 

ବିଦେଶୀ ଭ୍ୟାକସିନ ପାଖାପାଖି ହଜାରେ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଦେଶରେ ତିଆରି ହୋଇଥିବା କୋଭିସିଲ୍ଡର ମୂଲ୍ୟ ୨୦୦ ଟଙ୍କା। ଏଥିରେ ୧୦ ଟଙ୍କା ଜିଏସଟି ଲାଗି ଏହାର ମୂଲ୍ୟ ୨୧୦ ଟଙ୍କା ହେବ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭ୍ୟାକସିନର ଦୁଇଟି ଡୋଜ ନେବାକୁ ପଡିବ।

   Related Posts