ଉତ୍ତର ଭାରତକୁ ଆସୁଛି ବର୍ଷର ପ୍ରଥମ ଶୀତ ଲହର, ହ୍ରାସ ହେବ ଦିନର ତାପମାତ୍ରା

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨।୧୧: ଦେଶକୁ ଅନେକ ସମୟରୁ ଶୀତ ଋତୁର ଆଗମନ ହେଲାଣି। ତେବେ ଏପର୍ଯ୍ୟନ୍ତ ଶୀତ ଲହରୀ ଆରମ୍ଭ ହୋଇନଥିଲା। ପାର୍ବତ୍ୟାଞ୍ଚଳରେ ହୀମପାତ ଯୋଗୁ ଏବେ ଏହାର ପ୍ରଭାବ ସମତଳ ଅଞ୍ଚଳ ଉପରେ ଅନୁଭୂତ ହେଲାଣି। ଉତ୍ତର ଭାରତରେ ତାପମାତ୍ରା କ୍ରମଶଃ ହ୍ରାସ ହେଉଥିବା ବେଳେ କେତେକ ସ୍ଥାନରେ ଶୀତ ଲହରୀ ଅନୁଭୂତ ହେଉଥିବାର ସୂଚନା ମିଳିଛି।

{"id":365819,"sizeSlug":"large"}

ରବିବାର ରାଜଧାନୀ ଦିଲ୍ଲୀର ସର୍ବ ନିମ୍ନ ତାପମାତ୍ରା ୬.୯ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ୨୦୦୩ ମସିହା ନଭେମ୍ବର ମାସର ତାପମାତ୍ରା ଠାରୁ ମଧ୍ୟ ପାରଦ ତଳକୁ ଖସିଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସମତଳ ଅଞ୍ଚଳ ଲାଗି ଶୀତ ଲହରୀ ସତର୍କତା ଜାରି କରିଛନ୍ତି। ଆଗାମୀ କିଛି ଦିନ ପର୍ଯ୍ୟନ୍ତ ତାପମାତ୍ରା ସାଧାରଣରୁ ସାଢେ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଆଇଏମଡି ସୂଚିତ କରିଛନ୍ତି।

{"id":365821,"width":578,"height":324,"sizeSlug":"large"}

ମାଉଣ୍ଟ ଆବୁରେ ତାପମାତ୍ରା ଏବେ ୧ ଡିଗ୍ରି ସେଲସିୟସ୍‌କୁ ପହଞ୍ଚିଛି। ଯାହା ସର୍ବନିମ୍ନ ତାପମାତ୍ରା ବୋଲି କୁହାଯାଇଛି। ଶ୍ରୀନଗରରେ ଶନିବାର ରାତି ସବୁଠୁ ଥଣ୍ଡାରାତି ଥିଲା ବୋଲି ଆଇଏମଡିଙ୍କ ସୂଚନାରୁ ଜଣାପଡିଛି। ଏଠାରେ ପାରା ଶୁନ୍ୟରୁ ବିଯୁକ୍ତ ୩ ଡିଗ୍ରି ସେଲସିୟସ୍‌କୁ ହ୍ରାସ ହୋଇଛି। ଶୀତ ବଢିବା ସାଙ୍ଗକୁ ସଞ୍ଜ ନଇଁଲେ ରାସ୍ତାଘାଟରେ ଲୋକଙ୍କ ଗହଳଚହଳ ହ୍ରାସ ହୋଇଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ଏବେ ଘରେ ରହିବାକୁ ପସନ୍ଦ କରୁଛନ୍ତି। ବରଫାବୃତ୍ତ ପାହାଡରୁ ଥଣ୍ଡା ପବନ ବହୁଥିବାରୁ କ୍ରମଶଃ ଶୀତ ବଢିବ ବୋଲି ଆଶଙ୍କା କରାଯାଉଥିବା ବେଳେ ନିକଟ ଭବିଷ୍ୟତରେ ପାଗରେ ସେଭଳି କୌଣସି ପରିବର୍ତ୍ତନର ଆଶଙ୍କା ନଥିବା ଆଇଏମଡି କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.