କନ୍ଧମାଳରେ ପହିଲି ଶୀତର ସ୍ପର୍ଶ

Published By : Prameya-News7 Bureau | October 02, 2018 IST

କନ୍ଧମାଳ ୨/୧୦ : ବର୍ଷ। ଛାଡିବା ପରେ ଏବେ ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଛୁଇଁଛି ପହିଲି ଶୀତ । ସକାଳୁ ସକାଳୁ ଫୁଲବାଣୀ ସହରରେ ଘନ କୁହୁଡିର ଆସର ଦେଖିବାକୁ ମିଳିଛି । ସକାଳେ ଘନ କୁହୁଡିର ଆସର ଦେଖିବାକୁ ମିଳିଛି। ସକାଳ ୮ ଟା ଯାଏଁ ଦେଖିବାକୁ ମିଳୁଛି ଘନ କୁହୁଡିର ଆସ୍ତରଣ । ଯୁଆଡେ ଚାହିଁବ କାକର ବିନ୍ଦୁରେ ଝଲସୁଛି ଘାସ ଗାଲିଚା । ପହିଲି ଶୀତର ସ୍ପର୍ଶରେ ଫୁଲବାଣୀ ସହରବାସୀ ମଧ୍ୟ ବେଶ୍ ମତୁଆଲା । ସମସ୍ତେ ଶୀତର ମଜା ନେଉଛନ୍ତି । ପିଲାଠୁ ବୁଢା ସମେସ୍ତ ନିଜକୁ ଫିଟ୍ ରଖିବା ପାଇଁ ଆରମ୍ଭ କରି ଦେଲେଣି ଯୋଗ ସାଙ୍ଗକୁ ମର୍ଣ୍ଣିଙ୍ଗ୍ ୱାର୍କ । ସେପଟେ ଚା ଦୋକାନରେ ମଧ୍ୟ ଭିଡ ଦେଖିବାକୁ ମିଳୁଛି। ଆଗକୁ ଆସିବ ହାଡଭଙ୍ଗା ଶୀତ । କି ଦିନ କି ରାତି ସବୁବଳେ ଶୀତର ଚାଦର ମଧ୍ୟରେ ଘୋଡାଇ ହେବ ପୁରା ଜିଲ୍ଲା । ସେ ନେଇ ଏବେ ଶୀତକୁ ବେଶ୍ ଉପଭୋଗ କରୁଛନ୍ତି ସହରବାସୀ । କେବଳ ଫୁଲବାଣୀ ନୁହେଁ ଦାରିଙ୍ଗବାଡି, ବାଲିଗୁଡା, ଜି.ଉଦୟଗିରି, ତୁମୁଡିବନ୍ଧ, କୋଟଗଡ, ବେଲଘର ଆଦି ଅଂଚଳରେ ମଧ୍ୟ ବେଶ କୁହୁଡି ପଡିବା ସହ ଥଣ୍ଡା ଟିକେ ଟିକେ ଆରମ୍ଭ ହୋଇଗଲାଣି । ଗତବର୍ଷ ଅପେକ୍ଷା ଚଳିତବର୍ଷ ଶିଘ୍ର ଥଣ୍ଡା ଆସିଗଲା ବୋଲି କହୁଛନ୍ତି ସହରବାସୀ ଆଉ ତାର ମଜା ବି ଉଠାଇବା ଆରମ୍ଭ କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.