ଶୁକ୍ରବାର ଏ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ, କ’ଣ ରହିବ ପ୍ରଭାବ, କେଉଁ ରାଶିକୁ ଭଲ କାହାକୁ ଖରାପ...

Published By : Prameya-News7 Bureau | January 09, 2020 IST

ନୂଆଦିଲ୍ଲୀ୯/୧: ୨୦୨୦ ମସିହା ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରୀ ୧୦ ତାରିଖରେ ଲାଗିବ। ଦୀର୍ଘ ୪ ଘଣ୍ଟା ଧରି ଚନ୍ଦ୍ର ଗ୍ରହଣର ପ୍ରଭାବ ରହିବ। ଜାନୁଆରୀ ୧୦ ତାରିଖ ରାତି ୧୦ଟା ୩୬ ମିନିଟ୍‌ରେ ଚନ୍ଦ୍ର ଗ୍ରହଣ ଲାଗିବ।  ଜାନୁଆରୀ ୧୧ ତାରିଖ ଭୋହର ୨ଟା ୪୦ ମିନିଟ୍‌ରେ ଚନ୍ଦ୍ର ଗ୍ରହଣ ଛାଡ଼ିବ। ଜ୍ୟୋତିର୍ବିଦ୍ ଡକ୍ଟର ଚଣ୍ଡି ପ୍ରସାଦ ଘିଲ୍‌ଡଆଲ ୨୦୨୦ ମସିହାର ପ୍ରଥମ ଚନ୍ଦ୍ର ଗ୍ରହଣ ସଂପର୍କରେ ସୂଚନା ଦେଇଛନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ  ଅଷ୍ଟ୍ରେଲିଆ, ହଂକଂ, ସ୍ବିଜର୍‌ଲ୍ୟାଣ୍ଡ ଓ ଭାରତରେ ଏହି ଚନ୍ଦ୍ର ଗ୍ରହଣ ଦେଖା ଦେବ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଯୋଗୁଁ ରାଶିମାନଙ୍କ ଉପରେ ପ୍ରଭାବ ପଡ଼ିବ।

ଜ୍ୟୋତିର୍ବିଦ୍‌ ଡକ୍ଟର ଚଣ୍ଡି ପ୍ରସାଦ ଘିଲ୍‌ଡିଆଲଙ୍କ କହିବା ଅନୁସାରେ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ରାଶି ଚକ୍ର ଉପରେ ପଡ଼ିବ। ମିଥୁନ ଓ ମେଷ ରାଶି ଉପରେ ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ଅଧିକ ରହିଛି। ବୃଷ ରାଶିର ବ୍ୟକ୍ତିଙ୍କ ଉପରେ ଆଂଶିକ ଭାବେ ଚନ୍ଦ୍ର ଗ୍ରହଣର ପ୍ରଭାବ ରହିବ। ଏପରି କି ବୃଷ ରାଶିର ବ୍ୟକ୍ତିଙ୍କର ଅର୍ଥ ହାନି ହେବାରେ ଯଥେଷ୍ଟ ସମ୍ଭାବନା ରହିଛି। ମିଥୁନ ରାଶିର ବ୍ୟକ୍ତିଙ୍କ ଉପରେ ଅଧିକ ମାତ୍ରାରେ ଚନ୍ଦ୍ର ଗ୍ରହଣର ପ୍ରଭାବ ପଡ଼ିବ। ମିଥୁନ ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ପାରିବାରିକ କଳହ ଓ ମାନସିକ ଅଶାନ୍ତି ଦେଖା ଦେବ।

ସେହିପରି ଚନ୍ଦ୍ର ଗ୍ରହଣ ଯୋଗୁଁ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଭଲ ରହିଛି। ଚନ୍ଦ୍ର ଗ୍ରହଣ ଯୋଗୁଁ ସିଂହ ରାଶି ବ୍ୟକ୍ତିମାନଙ୍କୁ ଧନପ୍ରାପ୍ତିର ଯୋଗ ରହିଛି। ସେହିପରି କନ୍ୟା ରାଶି ଉପରେ ଚନ୍ଦ୍ର ଗ୍ରହଣର ପ୍ରଭାବ ଆଂଶିକ ଭାବେ ରହିଛି। ତୁଳା ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଅଶାନ୍ତି ଓ ପାରିବାରିକ କଳହ ଦେଖା ଦେବ। ସେହିପରି ବିଛା ରାଶିର ବ୍ୟକ୍ତିଙ୍କ କ୍ଷେତ୍ରରେ ଧନ ହାନି ହୋଇପାରେ। ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଦିନ ଖୁବ୍ ଭଲ ରହିବ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଶୁଭଫଳ ମିଳିବ।  କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଦିନଟି ଭଲ ରହିବ। ସେହିପରି ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଜାନୁଆରୀ ୧୦ ଓ ୧୧ ଦୁଇଦିନ ଭଲ ରହିବ।

୨୦୨୦ ମସିହାରେ ୪ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟଗ୍ରହଣ ପଡ଼ିବ। ଜାନୁଆରୀ ୧୦ ତାରିଖରେ ଚନ୍ଦ୍ର ଗ୍ରହଣ, ଜୁନ ୫ ତାରିଖରେ ଚନ୍ଦ୍ର ଗ୍ରହଣ, ଜୁନ ୨୧ ତାରିଖରେ ସୂର୍ଯ୍ୟଗ୍ରହଣ, ଜୁଲାଇ ୫ ତାରିଖରେ ଚନ୍ଦ୍ର ଗ୍ରହଣ, ନଭେମ୍ବର ୩୦ ତାରିଖରେ ଚନ୍ଦ୍ର ଗ୍ରହଣ ଓ ଡିସେମ୍ବର ୧୪ ତାରିଖରେ ସୂର୍ଯ୍ୟ ଗ୍ରହଣ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.