ଅନ୍ତରୀକ୍ଷରେ ୧୪ ମାସ ରହିବା ପରେ ଫେରିଲା ଓ୍ୱାଇନ୍: ବଦଳିଲା ସ୍ୱାଦ, ବଢିଗଲା ଦାମ୍

Published By : Prameya-News7 Bureau | May 08, 2021 IST

ପ୍ୟାରିସ୍ ୮/୫ : ଅନ୍ତରୀକ୍ଷରେ ମହାକାଶଚାରୀ ଯିବା ତ ଶୁଣିଥିବେ । ହେଲେ ଗୋଟେ ଓ୍ୱାଇନ୍ ଯିବା କେହି ଶୁଣିନଥିବେ । ଏକଥା ସତ, ଗୋଟିଏ ରେଡ୍ ଓ୍ୱାଇନ୍ ଅର୍ଥାତ୍ ମଦ ୧୪ ମାସ ଅନ୍ତରୀକ୍ଷରେ ରହି ଫେରିଆସିଛି । ଆଉ ଏବେ ସେ ମାର୍କେଟରେ ବିକ୍ରି ହେବାକୁ ରେଡି ଅଛି । ୨୦୧୯ନଭେମ୍ବରରେ ରେଡ୍ଏ ଓ୍ୱାଇନ୍ ବୋତଲ ଅନ୍ତର୍ଜାତୀୟ ସ୍ପେସ୍ ରିସର୍ଚ୍ଚ ଷ୍ଟେସନକୁ ପଠାଯାଇଥିଲା ।

ପୃଥିବୀର ମାଧ୍ୟାକର୍ଷଣରୁ ଦୂରରେ ରଖାଯାଇ ଏହାର ପ୍ରଭାବ କ’ଣ ଜାଣିବା ପାଇଁ ଏହାକୁ ସେଠାକୁ ପଠାଯାଇଥିଲା । ତେବେ ଆଶ୍ଚର୍ଯ୍ୟର କଥା ଏହା ପୃଥିବୀକୁ ଫେରିବା ପରେ, ମଦର ସ୍ୱାଦ ବର୍ତ୍ତମାନ ପ୍ରକୃତ ବୟସଠାରୁ ପୁରୁଣା ଦେଖାଯାଇଛି । ଅର୍ଥାତ୍ ଏହାର ସ୍ୱାଦରେ ପରିବର୍ତ୍ତନ ହୋଇଛି । ତେବେ ଏହାର ଦାମ୍ କିନ୍ତୁ ମାତ୍ରାଧିକ ବଢିଯାଇଛି । ଏହାକୁ କିଣିବା ପାଇଁ ଆପଣଙ୍କୁ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ମାନେ ଏହି ଲାଲ୍ ମଦର ମୂଲ୍ୟ ବର୍ତ୍ତମାନ ୬୦୦୦ ଡଲାର ଅର୍ଥାତ୍ ୪.୩୯ ଲକ୍ଷ ଟଙ୍କା ରହିଛି ।

wp:html /wp:html

ଏହି ରେଡ୍ ଓ୍ୱାଇନର ନା ହେଉଛି ପେଟ୍ରସ୍ ୨୦୦୨ ମର୍ଲୋଟ୍ । ଏହା ଫ୍ରାନ୍ସର ବୋର୍ଡୋ ଅଞ୍ଚଳରୁ ଅଙ୍ଗୁରରୁ ପ୍ରସ୍ତୁତ । ପ୍ରାୟ ୧୨ଟି ରେଡ୍ ଓ୍ୱାଇନ ମହାକାଶକୁ ପଠାଯାଇଥିଲା । ହେଲେ ପୃଥିବୀକୁ ଫେରିଥିବା ଗୋଟିଏ ବୋତଲ ସ୍ପେସ୍ ଷ୍ଟେସନରେ ୪୩୮ ଦିନ ବିତାଇ ଫେରିଛି । ଭଲ କଥା ହେଉଛି ସ୍ପେସ୍ ଷ୍ଟେସନରେ ଥିବା କୌଣସି ମହାକାଶଚାରୀ ଏହି ସମୟ ମଧ୍ୟରେ ଏହି ବୋତଲଗୁଡ଼ିକର ମଦ ପିଇ ନାହାଁନ୍ତି ।

wp:html /wp:html

ତାଙ୍କର ମଧ୍ୟ ଧୈର୍ଯ୍ୟକୁ ପ୍ରଶଂସା କରାଯାଉଛି । ଆପଣ ବର୍ତ୍ତମାନ ଖ୍ରୀଷ୍ଟସ୍ ନିଲାମ ହାଉସରୁ ଟେଣ୍ଡର କରି ପେଟ୍ରସ୍ ୨୦୦୨ ମର୍ଲୋଟ୍ ର ​​ଏହି ବୋତଲ କିଣି ପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ କୋଟିପତି ହେବାକୁ ପଡିବ । କାରଣ ୪.୩୯ ଲକ୍ଷ ବୋତଲର ନିଲାମର ପ୍ରାରମ୍ଭିକ ମୂଲ୍ୟ ୧ ମିଲିୟନ୍ ଡଲାରରେ ରଖାଯାଇଛି ଅର୍ଥାତ୍ ୭.୩୨ କୋଟି ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.