ଗବେଷଣା : ପ୍ରଥମ ସନ୍ତାନ ହୋଇଥାଏ ସବୁଠୁ ଅଧିକ ବୁଦ୍ଧିମାନ, ଜାଣନ୍ତୁ କାରଣ…

Published By : Prameya-News7 Bureau | October 06, 2019 IST

ସାଧାରଣତଃ ଭାରତରେ ପ୍ରତି ପରିବାରରେ ଗୋଟେରୁ ଅଧିକ ସନ୍ତାନ ଥାନ୍ତି। ପରିବାରର ପ୍ରଥମ ସନ୍ତାନ ଉପରେ ଘରର ଅଧିକ ଦାୟିତ୍ବ ରହିଥାଏ। ହେଲେ ପ୍ରଥମ ସନ୍ତାନ ଅଧିକ ବୁଦ୍ଧିମାନ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ନ୍ୟାଶନାଲ ବ୍ୟୁରୋ ଅଫ ଇକୋନୋମିକ୍‌ ରିସର୍ଚର ଏକ ଗବେଷଣାରୁ ଜଣା ପଡିଛି ଯେ, ପରିବାରର ପ୍ରଥମ ସନ୍ତାନ ନିଜ ଛୋଟ ଭାଇ ଭଉଣୀଙ୍କଠାରୁ ଅଧିକ ବୁଦ୍ଧିମାନ ହୋଇଥାଏ।

ପାଖାପାଖି ୩୩.୮ ପ୍ରତିଶତ ମାଆଙ୍କ ଅନୁସାରେ ତାଙ୍କ ପ୍ରଥମ ସନ୍ତାନ ସ୍କୁଲରେ ସର୍ବଶ୍ରେଷ୍ଠ ବିଦ୍ୟାର୍ଥିଙ୍କ ମଧ୍ୟରେ ସାମିଲ ଅଛନ୍ତି। ମାତ୍ର ୧.୮ ପ୍ରତିଶତ ମାଆଙ୍କ ଅନୁସାରେ ତାଙ୍କ ପ୍ରଥମ ସନ୍ତାନ ମଧ୍ୟମ ଧରଣର ବିଦ୍ୟାର୍ଥି ବୋଲି କହିଛନ୍ତି। 

ଏହି ଗବେଷଣାରୁ ଆଉ ଏକ ଖବର ସାମ୍ନାକୁ ଆସିଛି ଯେମିତି ପ୍ରଥମ ସନ୍ତାନରୁ ଦ୍ବିତୀୟ ସନ୍ତାନ ପାଠ ପଢାରେ ସାମାନ୍ୟ ଦୁର୍ବଳ ଥାଏ ସେମିତି ତୃତୀୟ ସନ୍ତାନ ଦ୍ବିତୀୟଠୁ ଆହୁରି ଦୁର୍ବଳ ଥାଏ। ପ୍ରଥମ ସନ୍ତାନର ଆଇକ୍ୟୁ ସ୍ତର ଅନ୍ୟ ସନ୍ତାନଙ୍କ ମୁକାବିଲାରେ ଅଧିକ ଥାଏ।

 ଏହାର କାରଣ ମଧ୍ୟ ସାମ୍ନାକୁ ଆସିଛି। ପ୍ରଥମ ସନ୍ତାନର ସ୍କୁଲ ରିପୋର୍ଟ ଏଥିପାଇଁ ଭଲ ହୋଇଥାଏ କାରଣ ମାଆ ବାପା ସେମାନଙ୍କ ପଢାରେ ଅଧିକ ଧ୍ୟାନ ଦିଅନ୍ତି। ପ୍ରଥମ ସନ୍ତାନ ହେଲେ ସେତେବେଳେ ସବୁକିଛି ନୂଆ ଥାଏ। ଫଳରେ ସନ୍ତାନର ପରିବେଶ ଉପରେ ଅଧିକ ଧ୍ୟାନ ଦିଆଯାଏ। 

ମଣିଷ ମସ୍ତିଷ୍କର ବିକାଶ ଜନ୍ମ ହେବାର ପ୍ରଥମ ୨ ବର୍ଷ ମଧ୍ୟରେ ଖୁବ ଶୀଘ୍ର ହୋଇଥାଏ। ଯେଉଁଥିପାଇଁ ଡିଏଚଏର ଜରୁରୀ ହୋଇଥାଏ। ଏହା ମାଆର ଦୈନିକ ଆହାର ଉପରେ ନିର୍ଭର କରେ। ଗର୍ଭବତୀ ଥିବା ବେଳେ ମାଆକୁ ସୁଷମ ଖାଦ୍ୟ ଖାଇବା ଉଚିତ୍‌। ଏହା ସହ ମାଆ କ୍ଷୀରରେ ମଧ୍ୟ ଡିଏଚଏ ଥାଏ। ଏଥିପାଇଁ ମାଆ ଶରୀରରେ ଥିବା ଡିଏଚଏ ସବୁଠୁ ଅଧିକ ମାତ୍ରା ପ୍ରଥମ ସନ୍ତାନ ପାଇଥାଏ। ଫଳରେ ପ୍ରଥମ ସନ୍ତାନ ଅଧିକ ସ୍ମାର୍ଟ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.