Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଡ୍ରଗ୍ସ କେସ୍‌ରେ ପ୍ରଥମ ବେଲ୍, ଆର୍ୟନଙ୍କ ସହିତ ଗିରଫ ଦୁଇ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

26/10/2021 at 8:26 PM

ମୁମ୍ବାଇ ୨୬।୧୦: ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ କେସ୍ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଆଜି ଜାମିନ ମିଳିନାହିଁ। ଏହା ଉପରେ ବାକି ଶୁଣାଣି ପାଇଁ କୋର୍ଟ ଆସନ୍ତାକାଲି ସମୟ ନିର୍ଦ୍ଧାରଣ କରିଛନ୍ତି। ମାତ୍ର ମଙ୍ଗଳବାର ଏହି ମାମଲାରେ ପ୍ରଥମ ଥର ୨ ଜଣ ଅଭିଯୁକ୍ତଙ୍କୁ ଅଦାଲତରୁ ଜାମିନ୍ ମିଳି ଯାଇଛି। ଏହି  କେସ୍‌ରେ ସର୍ବ ପ୍ରଥମେ ଜାମିନ ପାଇଥିବା ଅଭିଯୁକ୍ତ ହେଉଛନ୍ତି ମନୀଷ ରାଜଗଢିଆ ଓ ଅବିନ ଶାହ। ମନୀଷଙ୍କୁ ସ୍ଵତନ୍ତ୍ର ଏନଡିପିଏସ କୋର୍ଟରୁ ଜାମିନ ମିଳିଥିବା ବେଳେ ଅବିନ ସାହୁଙ୍କୁ ମଧ୍ୟ ଏହି କୋର୍ଟରୁ ଜାମିନ ମିଳିଛି। ଭିଭି ପାଟିଲଙ୍କ ଖଣ୍ଡପୀଠ ଉଭୟଙ୍କ ଜାମିନ ଆବେଦନକୁ ମଞ୍ଜୁରୀ ଦେଇଛନ୍ତି।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମନୀଷଙ୍କୁ ଡ୍ରଗ୍ସ ସହିତ ଗିରଫ କରିଥିଲା। ଏହା ପରେ ସେ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଏନସିବିର ହେପାଜତରେ ଥିଲେ। ତାଙ୍କ ସହଯୋଗୀ ଅବିନ ସାହୁ ମଧ୍ୟ ଘଟଣାସ୍ଥଳରେ ଥିଲେ। ମନୀଷ ଝାଡଖଣ୍ଡର ଧନବାଦର ହୋଇଥିବା ବେଳେ ତାର ସମସ୍ତ କାରବାର ଓଡିଶାର ରାଉରକେଲାରୁ ଚାଲୁଥିଲା। ତାଙ୍କର ସ୍ପଞ୍ଜ ଆଇରନ ଫ୍ୟାକ୍ଟ୍ରି ମଧ୍ୟ ରହିଛି।

ମୁମ୍ବାଇ କ୍ରୁଜ ଡ୍ରଗ୍ସ କେସ୍‌ରେ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଗିରଫଦାରୀ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ୮ ଜଣଙ୍କୁ ଗିରଫ କରିଥିଲା। ଏଥିରୁ ଶ୍ରେୟସ ନାମକ ଜଣେ ଅଭିଯୁକ୍ତ ମନୀଷଙ୍କ ନାମ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲା। ଏହା ପରେ ମନୀଷଙ୍କୁ ଗିରଫ କରାଯାଇଥିଲା।

ସୂଚନାଯୋଗ୍ୟ, ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ବାକି ଶୁଣାଣି ପାଇଁ ବୁଧବାର ଅପରାହ୍ନ ୨ଟା ୩୦ ସମୟ ନିର୍ଦ୍ଧାରିତ କରାଯାଇଛି। କୋର୍ଟରେ ଆର୍ୟନଙ୍କ ଓକିଲ ମୁକୁଲ ରୋହତଗୀ  ନିଜର ଦଲିଲ ରଖି ସାରିଛନ୍ତି।

   Related Posts