Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ପ୍ରଥମ ସ୍ବଦେଶୀ ଏଣ୍ଟିଜେନ୍ ଟେଷ୍ଟ୍ କିଟ୍‌କୁ ଆଇସିଏମ୍‌ଆରର ମଞ୍ଜୁରୀ : ୩୦ ମିନିଟ୍‌ରେ ଆସିବ ରିପୋର୍ଟ, ଦାମ୍ ୪୫୦ ଟଙ୍କା

23/07/2020 at 6:53 PM

ନୂଆଦିଲ୍ଲୀ ୨୩/୦୭ : ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ବୁଧବାର ଦିନ ଦ୍ୱିତୀୟ ରାପିଡ଼୍ ଆଣ୍ଟିଜେନ୍ କିଟ୍‌କୁ କାରଣ ଭାଇରସ୍ ଟେଷ୍ଟ ପାଇଁ ମଞ୍ଜୁରୀ ଦେଇଛନ୍ତି | ଏହି କିଟ୍‌କୁ ‘ମାଇଲ୍ୟାବ୍ ଡ଼ିସକଭରୀ ସଲ୍ୟୁସନ୍ସ’ ଦ୍ୱାରା ପ୍ରସ୍ତୁତ କରାଯାଇଛି | ଏହା ଦେଶରେ ପ୍ରସ୍ତୁତ ହୋଇଥିବା ପ୍ରଥମ କିଟ୍ ଯାହାକୁ ମଞ୍ଜୁରୀ ଦିଆଯାଇଛି | ଏହା ଟେଷ୍ଟ୍ କିଟ୍‌ର ନାଁ ‘ପେଥୋକ୍ୟାଚ କୋଭିଡ-୧୯ ରାଡିଡ଼୍ ଟେଷ୍ଟିଙ୍ଗ୍ କିଟ୍’ | ଏହା ତତ୍କାଳ ପ୍ରଭାବରେ ଅର୍ଡର ପାଇଁ ଉପଲବ୍ଧ ହେବ ଏବଂ ଏହାର ମୂଲ୍ୟ ୪୫୦ ଟଙ୍କା ପାଖାପାଖି ରହିବ |

ମାଇଲ୍ୟାବ୍ ଡ଼ିସକଭରୀ ସଲ୍ୟୁସନ୍ସର ପ୍ରବନ୍ଧ ସଞ୍ଚାଳକ ହସମୁଖ ରାୱଲ୍ କହିଛନ୍ତି ଯେ ମାଇଲ୍ୟାବ ଟିମ୍ ଏହି ମହାମାରୀ ସହ ଲଢ଼ିବାକୁ ସବୁ ସମ୍ଭବ ପ୍ରୟାସ କରୁଛନ୍ତି | ଏଣ୍ଟିଜେନ ଟେଷ୍ଟିଙ୍ଗ କିଟ୍‌କୁ ମଞ୍ଜୁରୀ ମିଳିବାପରେ ସେ କୋଭିଡ-୧୯ର ପୁରା ସ୍ପେକଟ୍ରମକକୁ କଭର କରିପାରିବେ | ମହାମାରୀ ସହ ଲଢ଼ିବାକୁ ପୁରା ପ୍ରୟାସ କରିବେ ବୋଲି କହିଛନ୍ତି |

ମାଇଲ୍ୟାବର ରିୟଲ୍ ଟାଇମ୍ ରିଭର୍ସ ଟ୍ରାନ୍ସକ୍ରିପସନ୍ ପୋଲିମରେଜ୍ ଚେନ୍ ରିଆକ୍ସନ୍ ଟେଷ୍ଟ୍ କିଟ୍ ମଧ୍ୟ ପ୍ରଥମ ସ୍ବଦେଶୀ ଯାଞ୍ଚ କିଟ୍ ଥିଲା ଯାହାକୁ ଭାରତରେ ଉପଯୋଗ ପାଇଁ ଆଇସିଏମଆର ମଞ୍ଜୁର କରିଥିଲେ |

ଆଣ୍ଟିଜେନ ଆଧାରିତ ଟେଷ୍ଟିଙ୍ଗର ଉପଯୋଗ ଆରଆରଟି- ପିସିଆର ସହ ଦେଶର ସମଗ୍ର ଟେଷ୍ଟିଙ୍ଗ କ୍ଷମତା ବଢାଇବାକୁ ଓ ରୋଗୀଙ୍କ ଚିକିତ୍ସା ପାଇଁ କରାଯାଉଛି | ରାପିଡ଼୍ ଏଣ୍ଟିଜେନ୍ ଟେଷ୍ଟ୍ ଆରଆରଟି- ପିସିଆର ତୁଳନାରେ କମ ସମୟ ନେଇଥାଏ | କାରଣ ଆରଆରଟି- ପିସିଆର ଟେଷ୍ଟିଙ୍ଗ ପାଇଁ ପାଖାପାଖି ୫ ଘଣ୍ଟା ସମୟ ଲାଗିଥାଏ | କିନ୍ତୁ ଏହି କିଟରେ ମାତ୍ର ୩୦ ମିନିଟ ସମୟ ଲାଗିଥାଏ | ଏହି ଟେଷ୍ଟ କିଟ୍ ପାଇଁ ଲ୍ୟାବ୍ ଆବଶ୍ୟକ ନୁହେଁ | କିନ୍ତୁ ଆରଆରଟି- ପିସିଆର ଟେଷ୍ଟିଙ୍ଗ୍ ପାଇଁ ଲ୍ୟାବ ଆବଶ୍ୟକ ହୋଇଥାଏ |

ଏହା ପୂର୍ବରୁ ଆଇସିଏମଆର ଏକ ଦକ୍ଷିଣ କୋରିଆନ କମ୍ପାନୀ ଏସଡି ବାୟୋସେନ୍ସର ଦ୍ୱାରା ପ୍ରସ୍ତୁତ ଏଣ୍ଟିଜେନ୍ ଟେଷ୍ଟ୍ କିଟ୍‌କୁ ମଞ୍ଜୁରୀ ଦେଇଥିଲେ | ଏହି କମ୍ପାନୀର ଏକ ଶାଖା ହରିୟାଣା ମାନେସରରେ ରହିଛି |

   Related Posts