First and Furious ସହ ସମାପ୍ତ ହେବ ଭିନ ଡିଜେଲଙ୍କ ଫ୍ରାଞ୍ଚାଇଜ୍, କହିଲେ ସବୁ କାହାଣୀ ନିଜ ସମାପ୍ତିର ହକଦାର

Published By : Prameya-News7 Bureau | June 12, 2021 IST

ଲସଏଞ୍ଜେଲସ୍‌ : ହଲିଉଡ ‘ବ୍ଲକବୁଷ୍ଟର ଫାଷ୍ଟ ଏଣ୍ଡ ଫ୍ୟୁରିୟସ୍-୯’ ଜୁନ୍‌ ୨୫ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମର ଏହି ସଂସ୍କରଣ ରିଲିଜ ପୂର୍ବରୁ ମୁଖ୍ୟ ନାୟକ ଭିନ ଡିଜେଲଙ୍କ ବୟାନ ତାଙ୍କ ଫ୍ୟାନ୍‌ଙ୍କୁ ନିରାଶ କରିଛି। ୟୁନିଭର୍ସାଲ ପିକ୍ଚର୍ସ ପ୍ରାୟୋଜିତ ଏହି ଫିଲ୍ମ ଷ୍ଟ୍ରିଟ୍‌ ରେସରଙ୍କ ଉପରେ ଆଧାରିତ ହୋଇଥିବା ବେଳେ ଆକ୍ସନ ଓ ଆଡଭେଞ୍ଚରରେ ଭରପୁର।ତେବେ ଡିଜେଲ ଫାଷ୍ଟ ଏଣ୍ଡ ଫ୍ୟୁରିୟସ ସିକ୍ୱେଲ ଆଉ ୨ଟି ସଂସ୍କରଣ ସହ ସମାପ୍ତ ହେବ ବୋଲି କହିଛନ୍ତି। ଏହା ସହିତ ଫ୍ରାଞ୍ଚାଇଜିଙ୍କ ସହ ସେ ଚୁକ୍ତି ମଧ୍ୟ ସମାପ୍ତ କରିବେ ବୋଲି ଘୋଷଣା କରିଛନ୍ତି। 

{"id":465153,"sizeSlug":"large","linkDestination":"none"}

ଫାଷ୍ଟ ଏଣ୍ଡ ଫ୍ୟୁରିୟସ-୯ ମୁକ୍ତିଲାଭ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସିକ୍ୱେଲର ଆଗାମୀ ଶୃଙ୍ଖଳା ସମ୍ପର୍କରେ ସୂଚିତ କରିଥିବା ବେଳେ ସବୁ କାହାଣୀ ନିଜ ଏଣ୍ଡିଂ ଲାଗି ହକଦାର ବୋଲି କହିଛନ୍ତି। ଫିଲ୍ମରେ ଡିଜେଲ ଡୋମିନିକ୍ ଟୋରେଟୋ ଭୂମିକାରେ ଅଭିନୟ କରୁଛନ୍ତି। ୨୦୦୧ ମସିହାରେ ଫାଷ୍ଟ ଏଣ୍ଡ ଫ୍ୟୁରିଅସ ମୁକ୍ତିଲାଭ କରିଥିଲା। ସେବେଠାରୁ ଏପର୍ଯ୍ୟନ୍ତ ଫିଲ୍ମଟି ଘରୋଇ ତଥା ଅନ୍ତର୍ଜାତୀୟ ବକ୍ସ ଅଫିସରେ ବେଶ ଆୟକାରୀ ସାବ୍ୟସ୍ତ ହୋଇଛି।

{"id":465155,"width":837,"height":419,"sizeSlug":"large","linkDestination":"none"}

ପଛକୁ ପଛ ଆସିଥିବା ସିକ୍ୱେଲ ଗୁଡିକ ମଧ୍ୟ ବେଶ ଲୋକପ୍ରିୟ ରହିଥିବା ବେଳେ ପ୍ରଚୁର ଆୟ ମଧ୍ୟ କରୁଛନ୍ତି। ଜୁନ ୨୫ରେ ମୁକ୍ତିଲାଭ କରିବାକୁ ଥିବା ନବମ ସଂସ୍କରଣରୁ ମଧ୍ୟ ପ୍ରଚୁର ଆୟ ହେବ ବୋଲି ଆଶା କରାଯାଉଛି। ତେବେ ସିକ୍ୱେଲକୁ ଏଇଠି ସମାପ୍ତ କରିବା ଦେବା ହିଁ ଉଚିତ ବୋଲି ଡିଜେଲ କହିବା ସମସ୍ତଙ୍କୁ ନିରାଶ କରିଛି। ତେବେ ନିର୍ମାତା ତାଙ୍କ ସିକ୍ୱେଲ ଜାରି ରଖିପାରନ୍ତି ହେଲେ ଏଥିରୁ ସେ ନିବୃତ୍ତ ହେବ ବୋଲି ସ୍ପଷ୍ଟ କରିଛନ୍ତି।

{"id":465154,"sizeSlug":"large","linkDestination":"none"}

ଫାଷ୍ଟ ଏଣ୍ଡ ଫ୍ୟୁରିୟସ ସରିଯିବ ବୋଲିସେ ତାଙ୍କ ଝିଅକୁ ପ୍ରଥମେ କହିଥିଲେ। ଏଥିରେ ସେ କାନ୍ଦିବାରେ ଲାଗିଥିଲା। ଏଥିରୁ ଫିଲ୍ମ ପ୍ରତି ଲୋକଙ୍କ ଆବେଗ ବେଶ୍ ଥିବା ଡିଜେଲ କହିଛନ୍ତି। ତେବେ ସବୁର ଏକ ସମାପ୍ତି ଅଛି। ଏହି କାହାଣୀର  ମଧ୍ୟ ସମାପ୍ତି ହେବା ଦରକାର ବୋଲି ସେ କହିଛନ୍ତି। ଏହି ସିରିଜରେ ଡିଜେଲଙ୍କ ସହ ମାଇକେଲ ରୋଡ୍ରିଗସ, ଡବେନ ଦ ରକଜନସନ୍, ଟାୟରେସ୍ ଗିବସନ୍, ରାପର ଲୁଡାକ୍ରିସ୍‌,   ଜୋର୍ଡାନା ବ୍ରୁଷ୍ଟର, ଜେସନ ଷ୍ଟେଥମ ଓ ସ୍ୱର୍ଗତ ପଲ ୱାକରଙ୍କ ସମେତ ଅନେକ କଳାକାର ଅଭିନୟ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.