ସମ୍ ନର୍ସିଂ କଲେଜରେ ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ୧୬ ଜଣ ପ୍ରଶିକ୍ଷକ ନେଲେ ତାଲିମ୍‌

Published By : Prameya-News7 Bureau | December 09, 2021 IST

ଭୁବନେଶ୍ୱର, ୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ ପ୍ରାଥମିକ ଚିକିତ୍ସା ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗତ ୮ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ର ୧୬ ଜଣ ପ୍ରଶିକ୍ଷକଙ୍କ ନିମନ୍ତେ ଏହି ତାଲିମ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ଡଃ ପ୍ରଭାତୀ ତ୍ରିପାଠୀ, ଆସୋସିଏଟ୍ ଡିନ୍ ପ୍ରଫେସର (ଡଃ) ସସ୍ମିତା ଦାସ, ପ୍ରଶିକ୍ଷକ ଏବଂ ଫ୍ୟାକଲ୍ଟି ମେମ୍ବର୍ସମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା । ଦୁଇଟି ଅଧିବେଶନରେ ଦୁଇ ପ୍ରକାର ପ୍ରାଥମିକ ଚିକିତ୍ସା ବିଷୟରେ କାର୍ଯ୍ୟକ୍ରମ ପ୍ରଶିକ୍ଷକ ସୂଯ୍ୟୋସ୍ନା ଜେନା, ପି.ଇ. ଦିଗଲ୍ ଓ ନିବେଦିତା ରାଉତ ଶିକ୍ଷା ଦେଇଥିଲେ । ଏସ୍‌ଏନ୍‌ସିର ଆସିଷ୍ଟାଂଟ ପ୍ରଫେସର ଝୁନିଲତା ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.