ପ୍ରଥମ ୬ ଲେନ୍ ଟନେଲ୍: କେନାଲ୍ ତଳେ ଟନେଲ ଓ ଉପରେ ସଡକ

Published By : Prameya-News7 Bureau | September 28, 2021 IST

ଭୋପାଲ ୨୮/୦୯ : ମଧ୍ୟ ପ୍ରଦେଶରେ ସିଭିଲ ଇଞ୍ଜିନିୟରିଙ୍ଗର ଏକ ଆକର୍ଷଣୀୟ ନମୁନା ଦେଖିବାକୁ ମିଳିଛି। ରିବା-ସିଧା ଟୁ ଲେନ ସଡକ ପ୍ରକଳ୍ପ ଅନ୍ତର୍ଗତ ମୋହନୀୟା ଟନେଲ କାମ ନିର୍ଦ୍ଧାରିତ ସମୟରୁ ୮ ମାସ ପୂର୍ବରୁ ପୁରା ହୋଇଯିବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୁକ୍ରବାର ଦିନ ପ୍ଲାନିଂ କମିଶନ ମାଧ୍ୟମରେ ମୋହନୀୟା ଟନେଲର ପ୍ରଗତି ସମୀକ୍ଷା କରିଛନ୍ତି। ସମୟ ପୂର୍ବରୁ କାମ ପୁରା ହେବାକୁ ନେଇ ଏନଏଚଏଆଇ ଓ ନିର୍ମାଣ ଏଜେନ୍ସିକୁ ପ୍ରଶଂସା କରିଛନ୍ତି।

{"id":518940,"sizeSlug":"full","linkDestination":"none"}

ଏନଏଚଏଆଇ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ ପ୍ରକଳ୍ପର ୮୦ ପ୍ରତିଶତ କାମ ପୁରା ହୋଇସାରିଛି। ଏହି ପ୍ରକଳ୍ପ ୨୦୨୩ ମାର୍ଚ୍ଚ ସୁଦ୍ଧା ପୁରା କରିବାର ଥିଲା। କିନ୍ତୁ ୨୦୨୨ ଜୁଲାଇ ସୁଦ୍ଧା ଏହା ପୁରା ହୋଇଯିବ। ପ୍ରକଳ୍ପର ପ୍ରଗତି ଦେଖି ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ଅଛନ୍ତି।

ମୋହନୀୟା ଟନେଲ ପ୍ରକଳ୍ପରେ ଇଞ୍ଜିନିୟରିଙ୍ଗକୁ ଏଇଥିପାଇଁ ପ୍ରଶଂସା କରାଯାଉଛି କାରଣ ଏହା ମଧ୍ୟ ପ୍ରଦେଶର ପ୍ରଥମ ଏମିତି ପ୍ରୋଜେକ୍ଟ ଯେଉଁଥିରେ ସଡକ ତଳେ କେନାଲ ଓ ଉପରେ ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ମୋହନୀୟା ଟନେଲ ପ୍ରକଳ୍ପରେ ଆଉ ୨୦ ପ୍ରତିଶତ କାମ ବାକି ଅଛି।

{"id":518942,"sizeSlug":"full","linkDestination":"none"}

ଟନେଲ ପ୍ରକଳ୍ପର ସମତଳ ଅଞ୍ଚଳରେ ୯୫ ପ୍ରତିଶତ କାମ ହୋଇଯାଇଛି। ବର୍ତ୍ତମାନ ଟନେଲ ଭିତରେ ସଡକ ନିର୍ମାଣ ଓ ଲାଇଟିଙ୍ଗ କାମ ବାକି ଅଛି। ତାଛଡା ଟନେଲ ଭିତରେ ଲାଇଟିଙ୍ଗ, କ୍ୟାମେରା, ଏକଜଷ୍ଟ ସହ ଫିନିସିଙ୍ଗ କାମ ବାକି ଅଛି। ଟନେଲର ଗୋଟିଏ ପଟେ ୧୨.୫ କିଲୋମିଟର ଓ ଅନ୍ୟ ପଟେ ୫୦୦ ମିଟରର ଆପ୍ରଚ ରୋଡ଼ କାମ ପୁରା ହୋଇଯାଇଛି।

{"id":518944,"width":693,"height":462,"sizeSlug":"full","linkDestination":"none"}

ମୋହନୀୟା ଟନେଲ ପ୍ରକଳ୍ପରେ ୨୦୦୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୨୨୦୯-୨୨୯୦ ମିଟରର ଦୁଇଟି ଟନେଲ ଅଛି। ୩-୩ ଲେନ ବିଶିଷ୍ଟ ଏହି ଦୁଇଟି ଟନେଲର ଦୈର୍ଘ୍ୟ ୧୩-୧୩ ମିଟର, ଉଚ୍ଚତା ସାଢେ ୬ ମିଟର। ଦୁଇଟି ଟନେଲକୁ ଇଣ୍ଟର କନେକ୍ଟ କରିବାକୁ ୩ଟି ସ୍ଥାନରେ ଯୋଡାଯାଇଛି। ଗାଡି ଗୋଟିଏ ଟନେଲରେ ଯିବାବେଳେ ଚାହିଁଲେ ମଝିରୁ ଅନ୍ୟ ଟନେଲରୁ ଫେରି ପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.