ଦୁର୍ଦ୍ଦାନ୍ତ ଅପରାଧୀ ବାପି ଉପରକୁ ଗୁଳିମାଡ

Published By : Prameya-News7 Bureau | November 28, 2019 IST

ନିଶ୍ଚିନ୍ତକୋଇଲି ୨୮।୧୧: ନିଶ୍ଚିନ୍ତକୋଇଲି ଭଦ୍ରେଶ୍ବର ଫାଣ୍ଡି ଅଞ୍ଚଳରେ ଗୁଳିମାଡ ହୋଇଛି । ଝଡେଶ୍ବରପୁର ଇନ୍ଦିରା ଟୁଙ୍ଗି ଛକ ନିକଟ କେନାଲ ବନ୍ଧ ଉପରେ ଗୁଳିମାଡ ହୋଇଛି । ଅଳ୍ପକେ ବର୍ତ୍ତି ଯାଇଛି ଦୁର୍ଦ୍ଦାନ୍ତ ଅପରାଧୀ ବାପି ଓରଫ ଜ୍ୟୋତିସମ୍ରାଟ ପ୍ରହରାଜ ।

{"id":190894,"sizeSlug":"large"}

ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି ଭଦ୍ରେଶ୍ବର ଫାଣ୍ଡି ଝଡେଶ୍ବରପୁର ଇନ୍ଦିରା ଟୁଙ୍ଗି ଛକ ନିକଟରେ ଦୁର୍ଦ୍ଦାନ୍ତ ଅପରାଧୀ ବାପି ଓରଫ ଜ୍ୟୋତିସମ୍ରାଟ ପ୍ରହରାଜଙ୍କୁ ଗୁଳିମାଡ ହୋଇଛି । ଅଜଣା ଯୁବକ ଚାରି ରାଉଣ୍ଡ ଗୁଳି ଚାଳନା କରିଥିବା ଜଣାପଡିଛି । ମାରଣାସ୍ତ୍ର ସହିତ ବାଇକରେ ଆସିଥିଲେ ଅଜଣା ଯୁବକ । ଗୁଳିମାଡରୁ ଅଳ୍ପକେ ବର୍ତ୍ତି ଯାଇଛି ଦୁର୍ଦ୍ଦାନ୍ତ ଅପରାଧୀ ବାପି ଓରଫ ଜ୍ୟୋତିସମ୍ରାଟ ପ୍ରହରାଜ ।

{"id":190895,"sizeSlug":"large"}

ବାପି ଚଳାଉଥିବା ବୋଲେରୋ ସାମ୍ନା କାଚରେ ଗୁଳି ବାଜିଛି । ଟଙ୍କା ନେଣଦେଣକୁ ନେଇ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ସ୍କର୍ପିଓ ପିଛା କରି ବାପିକୁ ଜୀବନରୁ ମାରିଦେବାକୁ ଉଦ୍ୟମ ହେବାରୁ ବାପି  ନିଶ୍ଚିନ୍ତକୋଇଲି ଥାନାର ଦ୍ବାରସ୍ଥ ହୋଇଛି । ପୋଲିସର ଛାନଭିନ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.