Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ରାତି ବଢୁଛି ଉତ୍ତେଜନା ବଢୁଛି : ବ୍ରହ୍ମଗିରି ନାଥପୁରରେ ବୋମା ମାଡ ପରେ ଯୁବକଙ୍କୁ ଗୁଳିମାଡ, ନାକେଦମ ହେଲାଣି ପୋଲିସ

7/11/2021 at 9:04 PM

ବ୍ରହ୍ମଗିରି ୦୭/୧୧ : ଜଳୁଛି ବ୍ରହ୍ମଗିରି । ଘନ ଘନ ବୋମା ମାଡ ପରେ ଏବେ ଗୁଳିମାଡ । ୨ ସାହି ମଧ୍ୟରେ ଉତ୍ତେଜନା ତୀବ୍ର ହେବାରେ ଲାଗିଛି ବରଂ ଧମିବାର ନାଁ ନେଉନାହିଁ । ବ୍ରହ୍ମଗିରି ନାଥପୁର ଗାଁରେ ଜମି ଜବରଦଖଲକୁ ନେଇ ବୋମାମାଡ ପରେ ଏବେ ଘଟଣାକୁ ନେଇ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଗୁରୁତର ଅଭସ୍ଥାରେ ରୂପକ ଭୋଇ ନାମକ ଜଣେ ଯୁବକଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ସାତପଡା ନାଥପୁରରେ ୨ ଗୋଷ୍ଠୀ ମଧ୍ୟରେ ବିବାଦ କାରଣରୁ ରବିବାର ଅପରାହ୍ନରେ ବୋମାମାଡ ହୋଇଥିଲା । ଏବେ ଏହା ସାଂଘାତିକ ରୁପ ନେଇଛି । ବୋମାମାଡ ପରେ ନାଥପୁରରେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀର ୩୦ଟି ଘରେ ନିଆଁ ଲଗାଇ ଦେଇଥିଳେ । ଏବେ ବି ଦୁଇ ସାହି ମଧ୍ୟରେ ଉତ୍ତେଜନା ଲାଗିରହିଛି । ସୁରକ୍ଷା ଦୃଷ୍ଟିରୁ ସେଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  ବୋମା ମାଡରେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।

ନାଥପୁରର ୨ ସାହି ମଧ୍ୟରେ ଦୀର୍ଘ ଦିନହେଲା ଜମି ଜବରଦଖଲକୁ ନେଇ ବିବାଦ ଲାଗି ରହିଥିଲା । ତେବେ ବୁଝାମଣା ମାଧ୍ୟମରେ ଏହାର ସମାଧାନ କରିବାକୁ ଉଭୟ ସାହିର ଲୋକମାନ ବୈଠକ କରିଥିଲେ । ଉକ୍ତ ବୈଠକରେ କଥା କଟାକଟି ପରେ ବୋମା ମାଡ କରିଥିଲେ କିଛି ବ୍ୟକ୍ତି । ଯାହା ଫଳରେ ୩ ଜଣ ଗୁରୁତର ହୋଇଥି​‌ଲେ । ଏହା ସହିତ ଘନଘନ ବୋମାମାଡ ହେବା ଫଳରେ ଗାଁର ପ୍ରାୟ ୩୦ଟି ଘରେ ନିଆଁ ଲାଗି ପୋଡିଯାଇଛି । ଏବେ ଏହା ଥମିବା ବଦଳରେ ବଢିବାରେ ଲାଗିଛି । ଜଣେ ଯୁବକଙ୍କୁ ଗୁଳିମାଡ ହେବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନାଥପୁର ଏବଂ ଆଖ ପାଖ ଅଞ୍ଚଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି । ପରିସ୍ଥିତିକୁ ଆୟତକୁ ଆଣିବାକୁ ଚେଷ୍ଟା ଚାରି ରଖିଛି ପୋଲିସ ।

   Related Posts