Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଉତ୍ତରପ୍ରଦେଶ ବିଧାନସଭା ବାହାରେ ଗୁଳିକାଣ୍ଡ, ପୋଲିସ ଇନିସପେକ୍ଟର ମୃତ

4/03/2021 at 4:31 PM

ଲକ୍ଷ୍ନୌ ୪।୩: ଉତ୍ତରପ୍ରଦେଶ ବିଧାନସଭା ସୌଧ ବାହାରେ ଗୁରୁବାର ଗୁଳିକାଣ୍ଡ ହୋଇଛି। ଫଳରେ ଜଣେ ପୋଲିସ ଇନିସପେକ୍ଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଇନିସପେକ୍ଟରଙ୍କୁ ନିର୍ମଳ ଚୌବେ ଭାବେ ଚିହ୍ନଟ କରାଯାଇଥିବା ବେଳେ ହସ୍ପିଟାଲ ନିଆଯାଉଥିବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା  କୁହାଯାଇଛି। ବିଧାନସଭାର ୭ ନମ୍ବର ଗେଟ୍‌ ନିକଟରେ ଏହି ଗୁଳିକାଣ୍ଡ ହୋଇଛି।

ଇନିସପେକ୍ଟର ଚୌବେ ବିଧାନସଭା ୭ ନମ୍ବର ଗେଟ୍‌ରେ ମୂତୟନ ଥିଲେ। ଅଚାନକ ଗୁଳି ଶବ୍ଦ ଶୁଣି ସୁରକ୍ଷା ଦାୟିତ୍ୱରେ ଥିବା ଜବାନମାନେ ଏଣେତେଣେ ଦଉଡାଧାପଡା କରିଥିଲେ। ତେବେ ନିର୍ମଳ ଚୌବେ ଟଳିପଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ଗୁଳି କେଉଁଠୁ ଓ କିଏ ଚଳାଇଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଗେଟ୍‌ ନମ୍ବର ୭ର ପାର୍କିଂ ଏରିଆରୁ ଗୁଳି ଚଳିଥିବାର ଅନୁମାନ କରାଯାଉଛି।

ଘଟଣା ପ୍ରଘଟ ହେବା ପରେ ଲକ୍ଷ୍ନୌରେ ଉତ୍ତେଜନା ଦେଖାଦେଇଛି। ବିଧାନସଭା ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗୁଳିକାଣ୍ଡକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ହେଉଛି। ଗୁଳିକାଣ୍ଡ ମାମଲାର ତଦନ୍ତ ଆରମ୍ଭ ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ ହୋଇଛନ୍ତି। ପରବର୍ତ୍ତି ଖବରକୁ ଏବେ ଅପେକ୍ଷା କରାଯାଇଛି।  

   Related Posts