ଆଖିବୁଜା ଗୁଳିମାଡ କଲେ ଯୁବକ, ଅଳ୍ପକେ ବର୍ତ୍ତିଲେ ଯୁବକ

Published By : Prameya-News7 Bureau | January 27, 2020 IST

ଟାଙ୍ଗି ୨୭।୦୧:  ନୟାଗଡ଼ ଜିଲ୍ଲା କଂଧନୟାଗଡ ଗାଁରେ ଗୁଳିମାଡ । ଗାଁରେ ଥିବା ସହିଦ ରଘୁଦିବାକର ସଂସ୍କୃତି ଭବନ ସ୍ଥାନୀୟ ଗାଁର ୨ ଜଣ ଯୁବକ ଶୋଇଥିଲେ । ରବିବାର ଦିନ ବିଳମ୍ବିତ ରାତିରେ ଚାନ୍ଦପୁର ଗାଁର ରାଜା ବେହେରା ଏବଂ ତା'ର ସାଙ୍ଗ ଦୁହେଁ ପହଞ୍ଚି  ଆଖି ବୁଜା ୨ ରାଉଣ୍ଡ ଗୁଳିମାଡ କରିଥିଲେ  । କିନ୍ତୁ ଗୁଳିମାଡରେ ଅଳ୍ପକେ ବର୍ତ୍ତିଯାଇଥିଲେ ଶୋଇଥିବା ଦୁଇ ଯୁବକ ।

{"id":216663,"sizeSlug":"large"}

ଗୁଳିମାଡ କରିଥିବା ଘରୁ ବାହାରକୁ  ଆସି ପୁଣି ୨ ରାଉଣ୍ଡ ଗୁଳିଫୁଟାଇ ଫେରାର ହୋଇଯାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି  ୨ ଟି ଖୋକା ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରିଛି । ଗୁଳିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନଭିନ୍ ଜରି ରଖିଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.