ରବର କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ: ତିନି ମୃତ ଅନେକ ଗୁରୁତର...

Published By : Prameya-News7 Bureau | July 13, 2019 IST

ନୂଆଦିଲ୍ଲୀ୧୩|୭: ଦିଲ୍ଲୀ ଝିଲମିଲ ଇଣ୍ଡଷ୍ଟ୍ରିଆଲ ଏରିଆରେ ଥିବା ଏକ ରବର କମ୍ପାନୀରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଗୁରୁତର ଅବସ୍ଥାରେ  ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।ଘଟଣାସ୍ଥଳରେ ୨୪ ଟି ଦମକଳ ବାହିନୀ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ଏହି କମ୍ପାନୀରେ ରବରର ସମସ୍ତ ଜିନିଷ ଉତ୍ପାଦନ କରାଯାଏ। ସାନିଟାରୀ ଭଳି ଜିନିଷ ମଧ୍ୟ  ଏହି କମ୍ପାନିରେ ଉତ୍ପାନ କରିଥାଏ।

ଅଗ୍ନିକାଣ୍ଡରେ କମ୍ପାନୀର ପ୍ରଥମ ମହଲା ଓ ଦ୍ବିତୀୟ ମହଲାରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ କିପରି ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀମାନେ ନିଆଁ କିପରି ଲଗିଲା,ଏନେଇ ତଦନ୍ତ ଜାରି ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.