ପୁରୀରେ ପୁଣି ଫୁଟିଲା ଗୁଳି, ଗୁରୁତର ଯୁବକ ଏସସିବିକୁ ସ୍ଥାନାନ୍ତର
29/06/2019 at 8:48 PM

ପୁରୀ ୨୯।୬: କିଛି ଦିନର ନିରବତା ପରେ ପୁରୀରେ ପୁଣି ଗୁଳିଫୁଟିଛି। ବଳିଆପଣ୍ଡା ଗୌରବାଡ ସାହିରେ ଶନିବାର ହୋଇଥିବା ଗୁଳିକାଣ୍ଡରେ ସୁକାନ୍ତ ସାହୁ ନାମକ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ପୁରୀ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ କଟକ ରେଫର କରିଛନ୍ତି।

ଗୁଳିକାଣ୍ଡର କାରଣ ଜଣାପଡି ନାହିଁ। ସେହିପରି କେଉଁମାନେ ଏଥିରେ ସମ୍ପୃକ୍ତ ତାହା ମଧ୍ୟ ସ୍ପଷ୍ଟ ହୋଇ ନାହିଁ। ତେବେ କୌଣସି ଶତ୍ରୁତା ଯୋଗୁ ହୁଏତ ଗୁଳିକାଣ୍ଡ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମାମଲାରେ ସମୁଦ୍ରକୁଳ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ତେବେ ଗୁଳିମାଡରେ ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାରୁ ଗୁଳିକାଣ୍ଡ ନେଇ ସବିଶେଷ ବିବରଣୀ ମିଳିପାରି ନାହିଁ।
Related Posts
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021