Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବିବାହ ଉତ୍ସବରେ ଫୁଟିଲା ଗୁଳି, ଡ୍ୟାନସ୍ କରୁଥିବା ଯୁବତୀ ଗୁରୁତର

1/12/2019 at 8:49 PM

ଚିତ୍ରକୋଟ୧/୧୨: ବିବାହ ଉତ୍ସବରେ ଫୁଟିଲା ଗୁଳି। ମ୍ୟାରେଜ୍‌ରେ ଡ୍ୟାନ୍ସ ପାର୍ଟି ଚାଲିଥିବା ସମୟରେ ଅଚାନକ କେତେ ଜଣ ନିଶାସକ୍ତ ଯୁବକ ଗୁଳିବର୍ଷଣ କରିଥିଲେ। ଦୁର୍ବୃତ୍ତଙ୍କ ଗୁଳିରେ ଡ୍ୟାନ୍ସ କରୁଥିବା ଯୁବତୀ ଓ ବର ଯାତ୍ରୀ ଗୁରୁତର ହୋଇଛନ୍ତି।  ବିବାହ ଉତ୍ସବରେ ଯୋଗ ଦେଇଥିବା ବରର ଦୁଇଜଣ ଭାଇ ମଧ୍ୟ ଗୁରୁତର ହୋଇଛନ୍ତି। ବିବାହ ପାର୍ଟିରେ ଡ୍ୟାନ୍ସ କରୁଥିବା ଜଣେ ଯୁବତୀ ହୀନାଙ୍କ କାନରେ ଗୁଳି ବାଜିଛି। ହୀନା ଗୁରୁତର  ହୋଇଛନ୍ତି। ଏହି ଘଟଣା ସଂପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।

ସୂଚନା ଅନୁସାରେ ଜିଲ୍ଲାର ଏସପିଙ୍କ ସମେତ ବହୁ ପୋଲିସ କର୍ମଚାରୀ ବିବାହ ମଣ୍ଡପରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକ ଓ ପୋଲସ୍‌ଙ୍କ ସହାୟତାରେ ଆହତ ବ୍ୟକ୍ତିଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡ୍ୟାନ୍ସ କରୁଥିବା ଯୁବତୀ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା।

ସୂଚନା ଅନୁସାରେ ଚିତ୍ରକୋଟ ଜିଲ୍ଲାର ଟିକରା ଗ୍ରାମର ପ୍ରଧାନ ସୁଧୀର ସିଂହଙ୍କ ଝିଅ ସ୍ବପ୍ନାଙ୍କ ବିବାହ ଉତ୍ସବ ଚାଲିଥିଲା। ମାନିକପୁରର ବରାହମାଫି ଗ୍ରାମର ଶିବ ପ୍ରତାପଙ୍କ ପୁଅ ଅଶୋକଙ୍କ ସହ ସ୍ବପ୍ନାଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିଲା। ରାତି ପ୍ରାୟ ୧୧ଟାରେ ବେଳେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଅଚାନକ ଗୁଳିବର୍ଷଣ କରିଥିଲେ। ବର ଓ କନ୍ୟା ଘର ପକ୍ଷରୁ ଆମନ୍ତ୍ରିତ ଅତିଥି ନିଶାସକ୍ତ ଯୁବକଙ୍କୁ ଧରି ନିର୍ଧୁମ ଛେଚିଥିଲେ। ହେଲେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।। ପରବର୍ତ୍ତୀ ସମୟରେ ହର୍ଷ ନାମକ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।

   Related Posts