ବ୍ରହ୍ମପୁରରେ ଗୁଳିକାଣ୍ଡ ; ଜଣେ ମୃତ

Published By : Prameya-News7 Bureau | July 30, 2018 IST

ବ୍ରହ୍ମପୁର ଶେରଗଡ଼ ଥାନା ଗୋଠଗାଁରେ ଗୁଳିକାଣ୍ଡ | ଦୁର୍ବୁର୍ତ୍ତଙ୍କ ଗୁଳିକାଣ୍ଡରେ ଜଣକର ମୃତ୍ୟୁ ହୋଇଛି | ମୃତକ ହେଲେ ଗୋଠଗାଁର ଯୋଗେନ୍ଦ୍ର ସ୍ୱାଇଁ | ଗତକାଲି ଗାଁରେ ସଭା ଚାଲିଥିବା ବେଳେ ୩ ଜଣ ଦୁର୍ବୁର୍ତ୍ତ ବାଇକରେ ଆସି ଯୋଗେନ୍ଦ୍ରଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ | ଯୋଗେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ହିଞ୍ଜିଳିକାଟୁ ଓ ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାଂତର କରାଯାଇଥିଲା | ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି | ଘଟଣାସ୍ଥଳରେ ଶେରଗଡ଼ ଥାନା ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.