ହତ୍ୟା ଅଭିଯୁକ୍ତର ଭାଇକୁ ଗୁଳି ମାରି ହତ୍ୟା

Published By : Prameya-News7 Bureau | November 05, 2019 IST

ବ୍ରଜରାଜ ନଗର ୦୫।୧୧ - ବ୍ରଜରାଜନଗର ରେ ପୁଣି ଫୁଟିଲା ଗୁଳି।ସହର ଭିତରେ ଥିବା ଲକ୍ଷ୍ମୀ କେଫ ହୋଟେଲରେ ବସିଥିବା ବେଳେ ମଣ୍ଟୁ ଘୋଷ ଉପରକୁ ଅଜଣା ବ୍ୟକ୍ତି ଗୁଳିମାଡ କରି ଫେରାର। ମଣ୍ଟୁ ମୁଣ୍ଡରେ ବାଜିଛି ଗୁଳି।ଗୁରୁତର ଅବସ୍ଥାରେ ମଣ୍ଟୁକୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ଘଟଣାସ୍ଥଳରେ ୪ ରାଉଣ୍ଡ ଗୁଳି ଫୁଟିଥିବା ଜଣା ପଡ଼ିଛି । ମଣ୍ଟୁ ଦୁର୍ଦ୍ଦାନ୍ତ ଅପରାଧୀ ସୋନୁ ଘୋଷ ର ଭାଇ।ଦୁଇମାସ ତଳେ ବ୍ରଜରାଜନଗର ରେ ହୋଇଥିବା ଅମିତ ଧଳ ହତ୍ୟାକାଣ୍ଡ ରେ ମୁଖ୍ୟ ଅଭିଯୁକ୍ତ ଭାବେ ସୋନୁ ଜେଲରେ ଅଛି ।ଆଜି ବ୍ରଜରାଜନଗର ରେ ଗୁଳି କାଣ୍ଡ ପରେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ  କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.