ରାଜଧାନୀରେ ପୁଣି ଫୁଟିଲା ଗୁଳି ; ଅଳ୍ପକେ ବର୍ତ୍ତୀଲେ ବିଜେଡି କର୍ମୀ ରବୀନ୍ଦ୍ର ପାତ୍ର

Published By : Prameya-News7 Bureau | September 07, 2018 IST

ଭୁବନେଶ୍ୱର ୭/୯ : ରାଜଧାନୀ ଭୁବନେଶ୍ୱରରେ ପୁଣି ଗୁଳିକାଣ୍ଡ ଘଟିଛି | ଲିଂଗିପୁର ପେଟ୍ରୋଲ ପମ୍ପରେ ଗୁଳିକାଣ୍ଡ ହୋଇଛି | ଦୁର୍ବୁର୍ତ୍ତମାନେ ଗୋଟିଏ ବୋଲେରୋରେ ଆସି ପେଟ୍ରୋଲ ପମ୍ପ ଆଗରେ ରବୀନ୍ଦ୍ର ପାତ୍ର ନାମକ ଜଣେ ବିଜେଡି କର୍ମୀଙ୍କ ଉପରକୁ ଗୁଳି ମାଡ କରିଥିଲେ | ତେବେ ଗୁଳିକାଣ୍ଡରେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ରବୀନ୍ଦ୍ର ପାତ୍ର | ଗୁଳିମାଡ ପରେ ଶିଶୁପାଳଗଡ଼ ଅଂଚଳର ଲୋକେ ରାସ୍ତାରୋକ କରିଥିଲେ | ଭୁବନେଶ୍ୱର ପୁରୀ ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି | ଫଳରେ ସେହି ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି | ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସୂଚନା ମିଳିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.