ପୁଣି ଆସନ୍ତା ରାଜଧାନୀ : କଲ୍ୟାଣ ମଣ୍ଡପ ମାଲିକଙ୍କ ସମ୍ପର୍କରେ ପଚରାଉଚୁରା କରି ସିକ୍ୟୁରିଡି ଗାର୍ଡଙ୍କ ଉପରକୁ ଗୁଳିମାଡ

Published By : Prameya-News7 Bureau | March 16, 2019 IST

ଭୁବନେଶ୍ୱର ୧୬/୩ : ପୁଣି ଅଶାନ୍ତ ରାଜଧାନୀ । ପ୍ରତିଦିନ ଲୁଟପାଟର ଖବର ତ ଆସୁଥିଲା । ଆଉ ଆଜି ଆସିଛି ଗୁଳିମାଡ ଖବର । କିଛି ଦିନର ବ୍ୟବଧାନ ପରେ ରାଜଧାନୀରେ ପୁଣି ଫୁଟିଛି ଗୁଳି । ଶନିବାର ଭୋରରୁ ସହିଦନଗର ଥାନା ବାଙ୍କୁଆଳ ରାସ୍ତାର ଏମଏନ୍ କଲ୍ୟାଣ ମଣ୍ଡପ ସମ୍ମୁଖରେ ଗୁଳିମାଡ ହୋଇଛି । ଗୁଳିମାଡରେ ମଣ୍ଡପ ସିକ୍ୟୁରିଟି ଗାର୍ଡ ଗୁରୁତର ହୋଇଛନ୍ତି । …

{"id":94263}


ସମୟ ଭୋର ୫ଟା । ରାଜଧାନୀରେ ଫୁଟିଲା ଗୁଳି । ବାଙ୍କୁଆଳ ଏମଏନ୍ କଲ୍ୟାଣ ମଣ୍ଡପ ସିକ୍ୟୁରିଟି ଗାର୍ଡଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ସିକ୍ୟୁରିଟି ଗାର୍ଡ ଜ୍ଞାନେନ୍ଦ୍ର ମଲ୍ଲିକ ମଣ୍ଡପ ଗେଟ୍ ନିକଟରେ ଡ୍ୟୁଟି କରୁଥିଲେ । ସେହି ସମୟରେ ଗୋଟିଏ ବାଇକରେ ଦୁଇ ଜଣ ଯୁବକ ଆସି ମଣ୍ଡପ ମାଲିକଙ୍କ ସମ୍ପର୍କରେ ତାଙ୍କୁ ପଚାରିଥିଲେ ।

{"id":94266}

ଏହା ପରେ ପିଇବା ପାଇଁ ପାଣି ମାଗିଥିଲେ । ଜ୍ଞାନେନ୍ଦ୍ର ପାଣି ପାଇଁ ଭିତରକୁ ଗଲାବେଳେ ତାଙ୍କ ଉପରକୁ ଗୋଟେ ରାଉଣ୍ଡ ଗୁଳି ଫୁଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ତାଙ୍କ କାନ୍ଧରେ ଗୁଳି ବାଜିଛି ।

{"id":94267}

ଗୁରୁତର ସିକ୍ୟୁରିଟି ଗାର୍ଡଙ୍କୁ ପିସିଆର ଭ୍ୟାନ୍ ଉଦ୍ଧାର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ SCB ସ୍ଥାନାନ୍ତର କରାଯାଇଛି । କମିଶନରେଟ ପୋଲିସ ଘଟଣାସ୍ଥଳରୁ ଗୋଟିଏ ଖୋକା ଜବତ କରି ତଦନ୍ତ କରୁଛି ।

{"id":94264}


ଦୁଇ ଜଣ ପିଲା ମଣ୍ଡପରୁ ହେଲମେଟ୍ ଚୋରି କରିଥିଲେ । ସିକ୍ୟୁରିଟି ଗାର୍ଡ ଜ୍ଞାନେନ୍ଦ୍ର ଚୋରି ଘଟଣାର ସିସିଟିଭି ଫୁଟେଜ ପୋଲିସକୁ ଦେଇଥିଲେ । ପୋଲିସ ସେମାନଙ୍କୁ ପଚରା ଉଚରା କରି ଛାଡି ଦେଇଥିଲା । ତେବେ ରାଗରେ ସେହି ଦୁଇ ପିଲା ଏଭଲି କାଣ୍ଡ ଘଟାଇଥିବା ମଣ୍ଡପ ମାଲିକ ସନ୍ଦେହ କରୁଛନ୍ତି ।

{"id":94265}


ଦୁଇ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ପୁରା ହେଲମେଟ୍ ପିନ୍ଧିଥିବା ବେଳେ ଅନ୍ୟ ଜଣେ ହାଫ୍ ହେଲମେଟ୍ ପିନ୍ଧିଥିଲେ । ମଣ୍ଡପରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ ଚଳାଇଛି ସହିଦ ନଗର ଥାନା ପୋଲିସ ।

{"id":94268}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.