ବରଗଡ଼ ସୋହେଲାରେ ଫୁଟିଲା ଗୁଳି

Published By : Prameya-News7 Bureau | July 25, 2018 IST

ବରଗଡ଼ ଜିଲ୍ଲା ସୋହେଲା ଅଂଚଳରେ ପୁଣି ଫୁଟିଛି ଗୁଳି | ଗୁଳିକାଣ୍ଡରେ ସୋହେଲା ହାଟପଦାର ବ୍ୟବସାୟୀ ନାରାୟଣ ଦାସ ଗୁରୁତର ହୋଇଛନ୍ତି | ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି | ଗତକାଲି ରାତିରେ ନାରାୟଣ କିଛି ଯୁବକଙ୍କ ସହ ବସି କଥା ହେଉଥିବା ବେଳେ ବାଇକରେ ୩ ଜଣ ଯୁବକ ଆସିଥିଲେ | କେହି କିଛି ବୁଝିବା ପୂର୍ବରୁ ହଠାତ ଗୁଳି ଚାଲାଣ କରି ଫେରାର ହୋଇଯାଇଥିଲେ | ନାରାୟଣଙ୍କ ଦେହରେ ୨ଟି ଗୁଳି ବାଜିଛି | ଗୁରୁତର ନାରାୟଣଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି | ତେବେ ଅଶ୍ୱିନୀ ସୁନା ନାମକ ଜଣେ ଯୁବକକୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି | ଗୁଳିକାଣ୍ଡ ପରେ କିଛି ଯୁବକ ପୋଲିସ ଉପସ୍ଥିତିରେ ଏକ ଦୋକାନ ପୋଡିଦେଇଥିଲେ | ତା'ସହ ୬ନମ୍ବର ଜାତୀୟ ରାଜପଥ ମଧ୍ୟ ଅବରୋଧ କରିଥିଲେ | ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.