ବାଲେଶ୍ୱରରେ ଗୁଳିମାଡ ଯୁବକ ଗୁରୁତର

Published By : Prameya-News7 Bureau | September 14, 2019 IST

ବାଲେଶ୍ୱର - ବାଲେଶ୍ୱରରେ ଗୁଳିମାଡ ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ବାଦଲ ସାହୁନାମକ ଯୁବକଙ୍କୁ ପୂର୍ବ ଶତ୍ରୁତାରୁ ଗୁଳି ମାଡ କରାଯାଇଛି । ରେମୁଣା ମେଡିକାଲ୍‌ ଛକରେ ଏହି ଘଟଣା ଘଟିଛି ।

୨ ଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ବାଦଲଙ୍କୁ ଗୁଳି ମାରିଥିଲେ । ବାଦଲଙ୍କ ଡାହାଣ ହାତରେ ଗୁଳି ବାଜିଛି । ଏହାପରେ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.