ବୋରୱେଲରୁ ପାଣି ବଦଳରେ ବାହାରିଲା ଧୂଆଁ : ଉତ୍ସାହିତ ହୋଇ ଚା' ପ୍ରସ୍ତୁତ କଲେ ଲୋକେ

Published By : Prameya-News7 Bureau | February 04, 2019 IST

ବରୋଦା ୪/୨ : ମଧ୍ୟପ୍ରଦେଶର ସ୍ୱପୁରର ଏକ ଗାଁରେ ବୋରୱେଲ ଖନନ ବେଳେ ପାଣି ବଦଳରେ ନିଆଁ ଭଳି ଧୂଆଁ ବାହାରିଥିଲା | ଏହା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପାଖାପାଖି ଅଂଚଳରେ ଗ୍ୟାସର ଭଣ୍ଡାର ଥିବା ଗ୍ରାମବାସୀ ଆଶଙ୍କା କରିଛନ୍ତି | ଘଟଣା ସାମ୍ନାକୁ ଆସିବା ପରେ ତତ୍ପରତା ଦେଖାଇଛି ପ୍ରଶାସନ | ଏନେଇ ପ୍ରଶାସନ ଯାଞ୍ଚ କରିବ ବୋଲି କହିଛି |

{"id":81769}


ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶର ବରୋଦା ତହସିଲ ଅନ୍ତର୍ଭୁକ୍ତ ମହାରାଜପୁର ଗାଁରେ ରବିବାର ଦିନ ବୋରୱେଲ ପାଇଁ ଖୋଳାଯାଇଥିବା ସ୍ଥାନରେ ପାଇପ ଲଗାଯାଇଥିଲା | ପାଇପ ଲଗାଯିବ ପରେ ସେହି ପାଇପରୁ ପାଣି ବଦଳରେ ଜ୍ବଳନଶୀଳ ଧୂଆଁ ବାହାରିଥିଲା | ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହା ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ ତା'ଠାରୁ ଅଧିକ ଥଟ୍ଟା କରିଥିଲେ | ଥଟ୍ଟାରେ ଲୋକେ ଧୂଆଁ ବାହାରୁଥିବା ପାଇପରେ ନିଆଁ ଲଗାଇ ପୁଇଁବା ଆରମ୍ଭ କରିଦେଇଥିଲେ | ଆଉ କିଛି ଅତ୍ୟଧିକ ଉତ୍ସାହିତ ଲୋକେ ଚା' ତିଆରି କରିଥିଲେ |

{"id":81770}


୬୦୦ ଫୁଟ ଗଭୀର ଟ୍ୟୁବୱେଲର ଖନନ ପରେ କେସିଙ୍ଗ ପାଇପ ୱେଲଡ଼ିଙ୍ଗ କଲାବେଳେ ପାଇପରୁ ନିଆଁ ବାହାରିବା ପରେ ଲୋକଙ୍କ ମଧ୍ୟରେ ହଲଚଲ ସୃଷ୍ଟି ହୋଇଥିଲା | ଆଜି ସକାଳୁ ପାଇପରୁ ଗ୍ୟାସ ବାହାରିବା କମିଯାଇଥିଲା | କିନ୍ତୁ ଆଖପାଖ ଅଂଚଳରେ ଗାଁଲୋକେ ଏହି ଦୃଶ୍ୟ ଦେଖିବା ପାଇଁ ସେଠାରେ ଭିଡ ଜମେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.