Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ତିନିପଟୁ ଘେରି ରକେଟ୍ ଲଞ୍ଚରରୁ ହମଲା, ପାହାଡ ଉପରୁ ଫାଏରିଂ: ଯବାନଙ୍କୁ ଏମିତି ଟାର୍ଗେଟ୍ କଲେ ହିଡମା ବାଟାଲିୟନ

4/04/2021 at 4:02 PM

ରାୟପୁର ୦୪।୦୪: ଛତିଶଗଡ ମାଓ ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ୨୪କୁ ବୃଦ୍ଧି ଘଟିଛି। ଏବେ ମଧ୍ୟ ଅନେକ ଯବାନ ନିଖୋଜ ଅଛନ୍ତି। ତେଣୁ ସହିଦ ଯବାନଙ୍କ ସଂଖ୍ୟା ଆହୁରି ବଢିପାରେ। ଏତେ ସଂଖ୍ୟାରେ ଯବାନ ସହିଦ ହେବା ସମଗ୍ର ଦେଶକୁ ମର୍ମାହତ କରିଛି। ପୁଣି ଥରେ ମାଓବାଦୀ ନିଜର ଅସ୍ଥିତ୍ଵ ଜାହିର କରିବାରେ ସଫଳ ହୋଇଛନ୍ତି। ଆସନ୍ତୁ ଜାଣିବା ଯବାନଙ୍କୁ କେମିତି ଟାର୍ଗେଟ୍ କଲେ ରକ୍ତମୁଖା ହିଡମା ମାଓବାଦୀ।

ଏମିତି ଫସିଲେ ଯବାନ

ସୂଚନା ଅନୁଯାୟୀ କୁଖ୍ୟାତ ମାଓବାଦୀ ହିଡମାକୁ ଧରିବା ପାଇଁ ଯବାନ ତାରି ଗଡରେ ପ୍ରବେଶ କରିଥିଲେ। ୨୦୦୦ ଯବାନଙ୍କ ଦଳ ଭିନ୍ନ ଭିନ୍ନ ଇଲାକାରେ ହିଡମାର ଗୋଷ୍ଠୀକୁ ଧରିବା ପାଇଁ ଜଙ୍ଗଲ ଭିତରକୁ ପଶିଥିଲେ। ମାଓବାଦୀମାନେ ଆରମ୍ଭରୁ ଯବାନଙ୍କୁ କୌଣସି ପ୍ରକାରର ଆକ୍ରମଣ କି ବାଧା ଦେଇନଥିଲେ। ଯବାନଙ୍କୁ ସେମାନଙ୍କର ଉପସ୍ଥିତି ବିଷୟରେ କୌଣସି ସୁରାକ ଜାଣିବାକୁ ଦେଇନଥିଲେ। ଯବାନମାନଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ପଶିବାକୁ ଦେଇଥିଲେ।

ସୁରକ୍ଷାବଳର ଟିମ୍ ଅନେକ ଦଳରେ ବିଭକ୍ତ ହୋଇଥିଲେ। ଫଳରେ ଗୋଟିଏ ଦଳକୁ ହିଡମାର ବାଟାଲିୟମ ନିଜ ଆମ୍ବୁସରେ ଫସାଇଥିଲେ। ଏହାପରେ ଯବାନଙ୍କୁ ଘେରି ଆଖିବୁଜା ଗୁଳିମାଡ ଆରମ୍ଭ କରିଥିଲେ। ସୂତ୍ର ଅନୁଯାୟୀ ହିଡମାର ବାଟାଲିୟନ ଯବାନଙ୍କୁ ତିନି ପାର୍ଶ୍ଵରୁ ଘେରି ଯାଇଥିଲେ। ଯବାନ ଘଞ୍ଚ  ଜଙ୍ଗଲରେ ଫସି ଯାଇଥିଲେ ଏବଂ ମାଓବାଦୀ ପାହାଡ ଉପରୁ ଗୁଳିମାଡ କରିଥିଲେ।

ଚତୁଃପାର୍ଶ୍ଵରେ ଘେରି ହୋଇ ରହିଥିବା ଯବାନଙ୍କ ପାଖରେ ଆଉ କୌଣସି ବାଟ ନଥିଲା। ଏହା ପରେ ମଧ୍ୟ ଯବାନ ହିଡମା ବାଟାଲିୟନକୁ ମୁହଁତୋଡ ଜବାବ ଦେଇଥିଲେ। ଏହି ଆକ୍ରମଣରେ ମାଓବାଦୀଙ୍କ ମଧ୍ୟ ବହୁତ କ୍ଷତି ଘଟିଛି। ପୋଲିସ ସୂତ୍ର ଅନୁଯାୟୀ, ନକ୍ସଲ ଘଟଣାସ୍ଥଳରୁ ଚାରି ଟ୍ରାକ୍ଟରରେ ଭରି ନିଜ ସାଥୀଙ୍କୁ ନେଇ ଯାଇଥିଲେ। କିଛି ଦିନ ପୂର୍ବେ ହିଁ ହିଡମା ପୋଲିସକୁ ଚ୍ୟାଲେଞ୍ଜ ଦେଇଥିଲା।

କୁହାଯାଉଛି ଯେ, ହିଡମାର ସୁରକ୍ଷାରେ ମାଓବାଦୀଙ୍କ ସବୁଠୁ ଘାତକ ଦଳ ମୁତୟନ ଥାନ୍ତି। ଏହି ଦଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ। ଏନକାଉଣ୍ଟର ସ୍ଥଳରେ ଉପସ୍ଥିତ ଜଣେ ଯବାନ କହିଛନ୍ତି, ଏହି ଟିମ୍‌ରେ ପ୍ରାୟ ୮୦୦ ମାଓବାଦୀ ଥିଲେ। ସେମାନେ ଯବାନଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ହିଡମା କେତେବେଳେ ଛତିଶଗଡ ତ କେତେବେଳେ ଆନ୍ଧ୍ର ପ୍ରଦେଶ ଏବଂ କେତେବେଳେ ଆନ୍ଧ୍ରପ୍ରଦେଶରେ ଶରଣ ନେଇଥାଏ।

ରକେଟ୍ ଲଞ୍ଚରରେ ହମଲା

ହିଡମା ସହିତ ରହୁଥିବା ମାଓବାଦୀଙ୍କ ପାଖରେ ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ରହିଛି। ଅନେକ ରାଜ୍ୟର ପୋଲିସ ମାଓବାଦୀ ହିଡମାର ସନ୍ଧାନରେ ଅଛନ୍ତି। ଏହା ପରେ ମଧ୍ୟ ସେ ପୋଲିସ ଅପହଞ୍ଚରେ ରହିଛି। ପୋଲିସ ଦଳ ଉପରେ ତାର ଟିମ୍ ରକେଟ୍ ଲଞ୍ଚରରେ ଆକ୍ରମଣ କରିଛନ୍ତି। ପାହାଡଉପରୁ ମାଓବାଦୀ ସହଜରେ ତଳେ ଥିବା ଯବାନଙ୍କୁ ନିଜର ଟାର୍ଗେଟ୍ କରିଥିଲେ। ଆହତ ଯବାନଙ୍କ ଅନୁଯାୟୀ, ୟୁବିଜିଏଲ, ରକେଟ୍ ଲଞ୍ଚର ଓ ଇନସାସ୍ ସମେତ ଏକେ-୪୭ରୁ ୟୁସେପ୍‌ରେ ଦୁଇ ପାହାଡ ମଧ୍ୟରେ ଘେରି ମାଓବାଦୀ ୧୦୦ ରୁ ୨୦୦ ମିଟର ଦୂରରୁ ଗୁଳିମାଡ କରୁଥିଲେ।

   Related Posts