ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼, ଘଟଣାସ୍ଥଳରୁ ଖୋକା ଜବତ

Published By : Prameya-News7 Bureau | October 07, 2020 IST

ସମ୍ବଲପୁର ୦୭।୧୦: ଦୀର୍ଘ ଦିନ ପରେ ସମ୍ବଲପୁର ସହରରେ ପୁଣି ଫୁଟିଲା ଗୁଳି । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନ ଅଞ୍ଚଳରେ ଘଟିଛି ଏହି ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।  

{"id":340002,"sizeSlug":"large"}

ମିଳିଥିବା ସୂଚନା ଅନୁଯାୟୀ, ମୋତିଝରଣ ଅଞ୍ଚଳରେ ଜଣେ କୁଖ୍ୟାତ ଅପରାଧୀ ବିଳମ୍ବିତ ରାତ୍ରିରେ ନିକଟସ୍ଥ ଖେତିପଡା ଅଞ୍ଚଳକୁ ଯାଇ ଜଣଙ୍କୁ ମାରପିଟ କରିବା ସହ ଫାଙ୍କା ଗୁଳି ଚାଳନା କରିଥିଲା । ଗୁଳିଚାଳନାରେ ଖବର ପାଇଁ  ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

{"id":340003,"sizeSlug":"large"}

ଘଟଣାସ୍ଥଳରୁ ଗୁଳିର ଖୋକା ଜବତ କରିବା ସହ ଅପରାଧୀକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ପୂର୍ବ ଶତ୍ରୁତା ଯୋଗୁଁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଧନୁପାଲି ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.