Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ସ୍କୁଲରେ ଗର୍ଜିଲା ବନ୍ଧୁକ: କ୍ଲାସ୍‌ରେ ଶିକ୍ଷକଙ୍କ ସାମ୍ନାରେ ସହପାଠୀକୁ ଗୁଳି କଲା ଦଶମ ଶ୍ରେଣୀ ଛାତ୍ର

31/12/2020 at 6:25 PM

ବୁଲନ୍ଦସହର ୩୧/୧୨: ବିଦ୍ୟାଳୟରେ ଗୁଳିକାଣ୍ଡ। ନିଜ ବନ୍ଧୁକୁ ଗୁଳି କରି ହତ୍ୟା କଲା ଦଶମ ଶ୍ରେଣୀ ଛାତ୍ର। ଏହି ଗୁଳିକାଣ୍ଡ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଥିବା ସୁରଜଭାନ ସରସ୍ବତୀ ବିଦ୍ୟା ମନ୍ଦିର ଇଣ୍ଟର କଲେଜରେ ଘଟିଛି।

ମିଳିଥିବା ସୂଚନା ଅନୁସାରେ କ୍ଲାସ୍‌ରେ ଚୌକି ହଟାଇବାକୁ କେନ୍ଦ୍ର କରି ଦଶମ ଶ୍ରେୀଣୀ ଛାତ୍ର ଗୁଳି କରିଛି। ତେବେ ଛାତ୍ର ଜଣକ ନିଜ ଦାଦାଙ୍କ ଲାଇସେନ୍ସ ବନ୍ଧୁକରୁ ନିଜ ସାଙ୍ଗକୁ ଗୁଳି କରିଥିବା ଜଣାପଡ଼ିଛି। ଛାତ୍ରଟି ଯେତେବେଳେ ନିଜ ସହପାଠୀକୁ ଗୁଳି କଲା କ୍ଲାସ୍‌ରେ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ହଠାତ କ୍ଲାସରେ ଗୁଳି ଶବ୍ଦ ଶୁଭିବା ପରେ ସବୁ କିଛି ଶାନ୍ତ ପଡ଼ିଯାଇଥିଲା।

ପଛକୁ ଦେଖିଲା ବେଳେକୁ ଜଣେ ଛାତ୍ର ତଳେ ପଡ଼ିଥିବା ବେଳେ ଅନ୍ୟ ଜଣେ ହାତରେ ବନ୍ଧୁକ ଧରିଥିଲା। ଏହା ଦେଇ ଶିକ୍ଷକ ଓ ଛାତ୍ରଛାତ୍ରୀ ଭୟରେ ପାଟି କରିବାକୁ ଲାଗିଥିଲେ। ଏହାର ଫାଇଦା ନେଇ ଅଭିଯୁକ୍ତ ଛାତ୍ର ଖସିଯିବାକୁ ଉଦ୍ୟମ କରିଥିଲା । କିନ୍ତୁ କ୍ଲାସ୍‌ରେ ଥିବା ଶିକ୍ଷକ ଅଭିଯୁକ୍ତକୁ ଧରି ପୋଲିସ୍‌ରେ ଦେଇଥିବା ଜଣାପଡ଼ିଛି।

ଅଭିଯୁକ୍ତ ଛାତ୍ର ସ୍କୁଲ ବ୍ୟାଗ୍‌ରେ ବନ୍ଧୁକ ଲୁଚାଇ ସ୍କୁଲକୁ ଆଣିଥିଲା। ସକାଳ ପ୍ରାର୍ଥନା ସରିବା ପରେ ଶିକ୍ଷକ ପଢ଼ାଇବାକୁ କ୍ଲାସ୍‌ରେ ପହଞ୍ଚିବା ପରେ ହଠାତ ଗୁଳି ଶବ୍ଦ ଶୁଭିଥିଲା। ତେବେ ଗୁରୁତର ହୋଇଥିବା ଛାତ୍ରଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ଅଭିଯୁକ୍ତ ଛାତ୍ରକୁ ପୋଲିସ ଗିରଫ କରିଛି।

   Related Posts