ରାଉରକେଲାରେ ଫୁଟିଲା ଗୁଳି: ଜଣେ ମୃତ

Published By : Prameya-News7 Bureau | December 27, 2018 IST

ରାଉରକେଲା ୨୭/୧୨: ରାଉରକେଲା ସହରରେ ଫୁଟିଛି ଗୁଳି । ସଂଧ୍ୟା ୬ଟାବେଳେ ରାଉରକେଲା ସେକ୍ଟର-୧ ଡି ବ୍ଲକର କ୍ବାଟର ନମ୍ବର ୪୮ରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ଗୁଳିକାଣ୍ଡରେ ନୃସିଂହ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପ୍ରଥମେ ନୃସିଂହଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗୁଳିକାଣ୍ଡର କାରଣ ଜଣାପଡି ନାହିଁ । ତେବେ ଗୁଳିକାଣ୍ଡ ଘଟାଇଥିବା ଯୁବକମାନେ ଆହତ ନୃସିଂହଙ୍କ ଜଣାଶୁଣା ବୋଲି ଜଣାପଡିଛି । କାରଣ ଆଜି ସଂଧ୍ୟା ୬ଟା ବେଳକୁ ଏକ ମଟରସାଇକଲରେ ୪ ଜଣ ଯୁବକ ନୃସିଂହଙ୍କ ପାଖକୁ ଆସିଥିଲେ । କିଛି ସମୟ ସେମାନଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଏହାପରେ ଅଚାନକ ଯୁବକଙ୍କ ମଧ୍ୟରୁ ଜଣେ ନୃସିଂହଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲା । ପୂର୍ବ ଶତୃତା କାରଣରୁ ଳଗୁଳିକାଣ୍ଡ ଘଟିଥିବା ପୋଲିସ୍ ସନ୍ଦେହ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.