ସ୍ପଷ୍ଟ ଦିବାଲୋକରେ ଜୟପୁରରେ ଫୁଟିଲା ଗୁଳି : ବାପା ପୁଅ ଗୁରୁତର, ମଦ ବ୍ୟବସାୟ ମୁଖ୍ୟ କାରଣ !

Published By : Prameya-News7 Bureau | September 25, 2018 IST

ଜୟପୁର ୨୫/୯ : କୋରାପୁଟ ଜିଲ୍ଲା ଜୟପୁର ଠାରେ ସ୍ପଷ୍ଟ ଦିବାଲୋକରେ ଫୁଟିଛି ଗୁଳି | ସହରର ସବୁଠୁ ଜନଗହଳିପୁର୍ଣ ଅଂଚଳ ରଜା ନଗର ଠାରେ ଅପରାହ୍ନ ପ୍ରାୟ ସାଢେ ୨ ଟା ବେଳକୁ ବାଇକରେ ଆସିଥିବା ୮ ଜଣ ଦୁର୍ବୁର୍ତ୍ତ ଗୁଳିମାଡ କରିଥିଲେ | ଗୁଳିମାଡରେ ନରେନ୍ଦ୍ର ନାଥ ନାଏକ ଏବଂ ସନ୍ତୋଷ ନାଏକ ବାପା-ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି | ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି | ଖବର ପାଇ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି | ଘଟଣାସ୍ଥଳରୁ ୨ଟି ଖୋକା ଜବତ ହୋଇଛି | ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଇଛି | ତେବେ ପୂର୍ବ ଶତ୍ରୁତାର କାରଣ ରାଜନୀତି ନା ଜମିଜମା ପ୍ରସଙ୍ଗ ତାହା ଜଣାପଡିନାହିଁ | [gallery ids="45268"] ତେବେ ମଦ ବ୍ୟବସାୟକୁ କେନ୍ଦ୍ର କରି ହୋଇଥିବା ପୂର୍ବ ଶତ୍ରୁତା କାରଣରୁ ଏହି ଗୁଳିମାଡ ହୋଇଥିବା ସାଧାରଣରେ ଆଲୋଚନା ହେଉଛି | ଗୁଳିମାଡରେ ଆହତ ଗଡିଆ ଧୋବାସାହି ନରେନ୍ଦ୍ର ନାଏକ ଏବଂ ପୁଅ ସନ୍ତୋଷ ନାଏକ ମଦ ବେପାର କରିଆସୁଥିଲେ | ଏହାକୁ ଯୁବ ବିଜେଡିର ସ୍ଥାନୀୟ ନେତା ବିକାଶ ପାତ୍ର ବିରୋଧ କରୁଥିଲେ | ସେଥିପାଇଁ ୨ ଦିନ ତଳେ ବିକାଶ ପାତ୍ରଙ୍କ ଘର ଉପରେ ଆକ୍ରମଣ ହୋଇଥିଲା ଏବଂ ବିକାଶ ପାତ୍ର କାରରେ ଫେରୁଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା | ଏହି ଆକ୍ରମଣରେ ବିକାଶ ଆହତ ହୋଇ ଚିକିତ୍ସିତ ହେଉଛନ୍ତି | ଅପରପକ୍ଷରେ ଆଜି ଗୁଳିମାଡରେ ଆହତ ହୋଇଥିବା ନରେନ୍ଦ୍ର ନାଥ ନାଏକ ଏବଂ ସନ୍ତୋଷ ନାଏକ ବିକାଶ ପାତ୍ରଙ୍କ ଲୋକମାନେ ଏହି ଗୁଳିକାଣ୍ଡ ଘଟାଇଥିବା ଅଭିଯୋଗ କରିଛନ୍ତି | ପୋଲିସ ସମ୍ପୂର୍ଣ ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.