ଜେଡିୟୁ ନେତାଙ୍କ ଗର୍ଭବତୀ ଝିଅଙ୍କୁ ଗୁଳି କରି ହତ୍ୟା, ଘରେ ପଶି ଫାୟାରିଂ କଲେ ଦୁର୍ବୃତ୍ତ

Published By : Prameya-News7 Bureau | July 19, 2021 IST

ପାଟନା ୧୯/୭: ବିହାରର ଭାଗଲପୁର ଜିଲ୍ଲାରେ ସୋମାବାର ଜେଡିୟୁ ନେତା ମହମ୍ମଦ ଆରିଫଙ୍କ ଝିଅ କାଜଲଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। କାଜଲ ଗର୍ଭବତୀ ଥିବା ଜଣାପଡ଼ିଛି। ଘଟଣାଟି ବବରଗଞ୍ଜ ଥାନା ଅନ୍ତର୍ଗତ ମୋଗଲପୁରାରେ ଘଟିଛି।

ନେତାଙ୍କ ଘରେ ପଶି ଦୁର୍ବୃତ୍ତ ଆଖିବୁଜା ଗୁଳି ଚାଳନା କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଏହା ସହ କାଜଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ପରିବାର ଲୋକ ଏହି ମାମଲାରେ ୬ ଜଣଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.