ଆଇଆଇଟି ବିହଟାରେ ଫୁଟିଲା ଗୁଳି, ୨ ଠିକାଦାରଙ୍କ କଳିରେ ୩ ଶ୍ରମିକ ଆହତ

Published By : Prameya-News7 Bureau | November 28, 2019 IST

ବିହଟା: ବିହାର ବିହଟାସ୍ଥିତ ଆଇଆଇଟି କ୍ୟାମ୍ପସରେ ଗୁଳିକାଣ୍ଡ ହୋଇଛି। ୨ ଠିକାଦାରଙ୍କ ମଧ୍ୟରେ ବିବାଦକୁ ନେଇ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତ ଶ୍ରମିକଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କୁ ପାଟନା ସ୍ଥାନାନ୍ତର କରାଯାଇଛି। 

{"id":191184,"sizeSlug":"large"}

ଆଇଆଇଟି କାମର ଠିକାଦାରୀ ନେଇ ଦୁଇ ପେଟି କଣ୍ଟ୍ରାକ୍ଟରଙ୍କ ମଧ୍ୟରେ ବିବାଦ ଚାଲିଥିଲା। ଏହି ବିବାଦ କାରଣରୁ ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଆଇଆଇଟିର ସମସ୍ତ କାମ ଠିକାଦାର ଅନବାରୁଲ ହକ୍ ଓ ଦେବକୁମାର ନେଇଥାନ୍ତି। ତେବେ କଣ୍ଟ୍ରାକ୍ଟ ପେଟି ନେବା ଲାଗି ସେମାନଙ୍କ ମଧ୍ୟରେ ଅନେକ ଦିନରୁବିବାଦ ଥିଲା। ଏହି ବିବାଦ ଯୋଗୁ ସେମାନଙ୍କ ଶ୍ରମିକଙ୍କ ମଧ୍ୟରେ ମାରପଟି ବି ହୋଇଥିବାର ସୂଚନା ମିଳିଛି।

{"id":191185,"sizeSlug":"large"}

ଦୁଇଗୋଷ୍ଠୀ ଶ୍ରମିକ ମାରପିଟ ଘଟଣା ନେଇ ଠିକାଦାର ଦେବକୁମାର ଗୁଳି ଚଳାଇଥିଲେ। ଫଳରେ ଅନବରୁଲଙ୍କ ପାଖରେ ରହି କାମ କରୁଥିବା ବିହାର କଟିହାରର ଲକ୍ଷ୍ମଣ କୁମାର, ଭରତ କୁମାର ଓ ଡୋମନ ରାୟ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ପାଟନା ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୋଲିସ ୪ଟି ଖୋକା ଜବତ କରିଥିବା ବେଳେ ସିଟି ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.