ମର୍ଣ୍ଣିଂୱାକ୍ ସାରି ଫେରିବା ବେଳେ ଠିକାଦାରଙ୍କୁ ଗୁଳିମାଡ : ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
6/11/2019 at 9:11 AM

କୋଣାର୍କ ୬।୧୧: କୋଣାର୍କ ଗୋପ ଥାନା ସୁବର୍ଣ୍ଣପୁରରେ ଠିକାଦାରଙ୍କୁ ଗୁଳିମାଡ । ମର୍ଣ୍ଣିଂୱାକ୍ ସାରି ଫେରିବା ସମୟରେ ଠିକାଦାର ଉମାକାନ୍ତ ସାହୁଙ୍କୁ ନିଜ ଘର ଆଗରେ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ ।

ତାଙ୍କ ବାଇକ୍ ମଧ୍ୟ ଜାଳିଦେଇଛନ୍ତି । ଗୁଳିମାଡ ବେଳେ ସ୍ଥାନୀୟ ଲୋକେ ଦେଖି ୨ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।

ସେପଟେ ଉମାକାନ୍ତଙ୍କ ୨ ଗୋଡରେ ୨ଟି ଗୁଳି ଓ ପେଟରେ ଗୁଳି ବାଜିଛି । ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡିନି । ଘଟଣାରେ ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।
Related Posts
ଚୋରାରେ ଦିଲ୍ଲୀ ଚାଲାଣ ; ଗଞ୍ଜେଇ ବୋଝେଇ କାର୍ ଜବତ, ୨ଗିରଫ
17 April 2021
ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍, ଅଡୁଆରେ ପୋଲିସ
17 April 2021