Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ସୁଟିଂ ସେଟ୍‌ରେ ଗୁଳିକାଣ୍ଡ, ସିନେମାଟୋଗ୍ରାଫରଙ୍କ ମୃତ୍ୟୁ, ଡାଇରେକ୍ଟର ଗୁରୁତର ଆହତ, ଅଭିନେତାଙ୍କ ବନ୍ଧୁକରୁ ଫୁଟିଲା ଗୁଳି

22/10/2021 at 5:15 PM

ନ୍ୟୁ ମେକ୍ସିକୋ :  ଆମେରିକା ନ୍ୟୁ ମେକ୍ସିକୋରେ ଘଟିଛି ଅଭାବନୀୟ କାଣ୍ଡ। ହଲିଉଡ ଅଭିନେତା ଏଲେକ ବାଲ୍ଡୱିନ ଭୁଲକ୍ରମେ ସିନେମାଟୋଗ୍ରାଫରଙ୍କ ଉପରକୁ ଗୁଳି ଚଳାଇଦେଇଛନ୍ତି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ଚଳଚିତ୍ରର ନିର୍ଦ୍ଦେଶକ ହଲିନା ହିଚିନ୍ସ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ସେଣ୍ଟା-ଫେ ଫିଲ୍ମ ସେଟ୍‌ରେ ହୋଇଛି। ଚଳଚିତ୍ରର ମୁଖ୍ୟ ଭୂମିକାରେ ବାଲ୍ଡୱିନ୍‌ ଅଭିନୟ କରୁଛନ୍ତି।

ଫିଲ୍ମ ସୁଟିଂ ଚାଲିଥିବା ବେଳେ ବାଲ୍ଡୱିନ୍‌ ପ୍ରପ ଗନ୍‌ରୁ ଗୁଳି ଚଳାଇଦେଇଥିଲେ। ଫଳରେ ଫିଲ୍ମର ମହିଳା ସିନେମାଟୋଗ୍ରାଫରଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ଏପର୍ଯ୍ୟନ୍ତ ପୋଲିସ ମୋକଦ୍ଦମା ରୁଜୁ କରି ନାହିଁ। ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା କହିଛି। ଏହି ଦୁର୍ଘଟଣା ସେହି ବନ୍ଧୁକରୁ ହୋଇଛି ଯାହାକୁ ଫିଲ୍ମରେ ଉପଯୋଗ କରାଯାଉଥିଲା। ଦୁର୍ଘଟଣାର ତୁରନ୍ତ ବାଦ ସିନେମାଟୋଗ୍ରଫରଙ୍କୁ ତୁରନ୍ତ ଆଲବୁକର୍କ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଚଳଚିତ୍ରର ନିର୍ଦ୍ଦେଶକ ମଧ୍ୟ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ସୁଟିଂ ସେଟ୍‌ରେ କ୍ରୁ ମେମ୍ବରଙ୍କୁ ପୋଲିସ ଏବେ ପଚରା ଉଚରା କରୁଛି। ହୁଏତ ପୋଲିସ ଅଭିନେତାଙ୍କ ବିରୋଧରେ ଦାୟିତ୍ୱହୀନତାର ମାମଲା ରୁଜୁ କରିପାରେ।

   Related Posts