ଆଫଗାନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ବିସ୍ପୋରଣ ଓ ଗୁଳିକାଣ୍ଡ

Published By : Prameya-News7 Bureau | March 09, 2020 IST

କାବୁଲ ୯।୩: ଆଫଗାନିସ୍ତାନ ରାଷ୍ଟ୍ରପତି ଭାବେ ଆସ୍ରଫ ଗନି ଅହମ୍ମଦଜାୟୀଙ୍କ ଶପଥଗ୍ରହଣ ଉତ୍ସବରେ ସୋମବାର ବିସ୍ଫୋରଣ ଓ ଗୁଳିକାଣ୍ଡ ହୋଇଛି। ରାଜଧାନୀ କାବୁଲରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ତେବେ ଗୁଳିକାଣ୍ଡ ଓ ବିସ୍ଫୋରଣ ଯୋଗୁ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ। ତେବେ ଶପଥ ଗ୍ରହଣ ଉତ୍ସବର ଭିଡିଓରୁ ବିସ୍ଫୋରଣ ଓ ଗୁଳିକାଣ୍ଡ ସ୍ପଷ୍ଟ ଜାଣି ହେଉଛି।

ଏହା ପୂର୍ବରୁଗତ ଶୁକ୍ରବାର ଆଫଗାନିସ୍ତାନ ରାଜଧାନୀ କାବୁଲରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗୁଳିକାଣ୍ଡ ହୋଇଥିଲା। ଅଜ୍ଞାତ ବନ୍ଧୁକଧାରୀମାନେ ଅଚାନକ ପହଞ୍ଚି ଧୁଆଁଧାର ଗୁଳି ଚଳାଇଥିଲେ। ଫଳରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନ କରିବାରୁ ୨ ବନ୍ଧୁକଧାରୀଙ୍କର ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ଲାଗି ଇସ୍ଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଥିଲା।  ତେବେ ସୋମବାରର ବିସ୍ଫୋରଣ ଓ ଗୁଳିକାଣ୍ଡ ଲାଗି କୌଣସି ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି। ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.