Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଉଜମସ୍ତି ପାଇଁ ଜଳିଗଲା ୭ ହଜାର ଏକର ଜଙ୍ଗଲ, ବେଘର ହୋଇଗଲେ ଶହଶହ ପରିବାର

8/09/2020 at 6:54 PM

କାଲିଫର୍ଣ୍ଣିଆ ୦୮/୦୯: ଖୁସିରେ ଫୁଟାଉଥିବା ବାଣ ସାଜିଲା କାଳ । ବାଣ ପାଇଁ ଜଳିଗଲା ୭୦୦୦ ଏକର ବିଶିଷ୍ଟ ଜଙ୍ଗଲ । ବାସ ହରାଇଲେ ଶହ ଶହ ପରିବାର । ଏଭଳି ଏକ ଘଟଣା ଦକ୍ଷିଣ କାଲିଫର୍ଣ୍ଣିଆରେ ଘଟିଛି ।

ଲୋକେ ବାଣ ଫୁଟାଇ ଜେଣ୍ଡର ରିଭିଲ୍‌ ପାର୍ଟି ମନାଉଥିଲେ । ସେହି ସମୟରେ ସେଠାରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ନିଆଁ ୭୦୦୦ ଏକର(୨୮୦୦ ହ୍ୟାକ୍ଟର)ରେ ବ୍ୟାପିଯିବା ଫଳରେ ବହୁ ବନ୍ୟଜୀବ ପ୍ରାଣ ହରାଇଥିବା ବେଳେ ଶହ ଶହ ସଂଖ୍ୟକ ଅଧିବାସୀ ସେହି ସ୍ଥାନ ଛାଡ଼ି ପଳାଇଯାଇଥିବା ଜଣାପଡ଼ିଛି ।

କାଲିଫର୍ଣ୍ଣିଆର ଡିପାର୍ଟମେଣ୍ଟ ଅଫ ଫରେଷ୍ଟ୍ରୀ ଆଣ୍ଡ ଫାୟର ପ୍ରୋଟେକ୍ସନ କରିଥିବା ଟ୍ବିଟ୍‌ ଅନୁସାରେ ଧୂଆଁ ସୃଷ୍ଟି କରୁଥିବା ଉପକରଣ ସାହାଯ୍ୟରେ ଏହି ନିଆଁ ଲାଗିଥିଲା । ଯାହାର ବ୍ୟବହାର ଜେଣ୍ଡର ରିଭିଲ୍‌ ପାର୍ଟିରେ କରାଯାଇଥିଲା । ଏହି ପାର୍ଟି ଜଣେ ପ୍ରସୂତୀଙ୍କ ପାଇଁ କରାଯାଏ । ଏହାସହ ଜନ୍ମ ହେବାକୁ ଥିବା ଶିଶୁର ଲିଙ୍ଗ ନିରୂପଣ ହୋଇଥିବା ନେଇ ନୀଳ ଓ ଗୋଲାପୀ ରଙ୍ଗର ଧୂଆଁ ସାହାଯ୍ୟରେ ସଙ୍କେତ ଦିଆଯାଏ ।

ଅନ୍ୟପଟେ ସାନ୍ ବର୍ନାଡିନୋରେ ନିଆଁକୁ ଆୟତ୍ତ କରିବା ପାଇଁ ୫୦୦ ଅଗ୍ନିଶମ କର୍ମଚାରୀ ସମେତ ଦୁଇଟି ହେଲିକପ୍ଟର ନିୟୋଜିତ ହୋଇଛି । ତେଣୁ ଏଭଳି ଏକ ଅମାନବୀୟ କାର୍ଯ୍ୟ ପାଇଁ ଦୋଷୀ ବ୍ୟକ୍ତିଙ୍କୁ ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯିବ ବିଭାଗ ପକ୍ଷରୁ ସୂଚନା ମିଳିଛି ।

   Related Posts