କଟକଣା ସତ୍ତ୍ୱେ ଥିଲା ଗଚ୍ଛିତ, ୫ଲକ୍ଷ ଟଙ୍କାର ବାଣ ଜବତ କଲା ପ୍ରଶାସନ

Published By : Prameya-News7 Bureau | November 04, 2020 IST

ଅନୁଗୁଳ ୦୪।୧୧: ବିପୁଳ ପରିମାଣର ବାଣ ଜବତ । ତାଳଚେର ବଜାରରୁ ବିପୁଳ ପିରମାଣର ବାଣ ଜବତ ହୋଇଛଇ । ତାଳଚେର ଉପଜିଲ୍ଲାପାଳ ଏବଂ ତହସିଲଦାର ଙ୍କ ଉପସ୍ଥିତି ରେ ବାଣ ଜବତ ହୋଇଛି।

ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଏହି ବାଣ ଜବତ ହୋଇଛି। ଚଢାଉରେ ଗୋଟିଏ ଟ୍ରକ ବାଣ ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ।  ବାଣ ଫୁଟାଇବା ନେଇ ସରକାରଙ୍କ କଡା ଆଇନ ସତ୍ତ୍ୱେ କିଭଳି ଭାବେ ଏତେ ପରିମାଣରେ ବାଣ ସହର ମଧ୍ୟରେ ଗଛିତ ହୋଇଥିଲା ତାର ତଦନ୍ତ ଚାଲିଛି।

ଯଦି କିଛି ଅଘଟଣ ଘଟିଥାନ୍ତା ତାହେଲେ କଣ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ସେହିପରି ଗଚ୍ଛିତ ରଖିଥିବା ବାଣ ମାଲିକଙ୍କ ବିରୋଧରେ ଏକ କେସ୍ ରୁଜୁ କରିଛି ଜିଲ୍ଲା ପ୍ରଶାସନ। ଆଗକୁ ଆହୁରି ଚଢାଉ ହେବ ବୋଲି ସୂଚନା ମିଳିଛି। ଅନେକ ଜାଗାରେ ବାଣ ଗଚ୍ଛିତ ଅଛି ବୋଲି ମଧ୍ୟ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.