ବେଆଇନ ବାଣ ଗୋଦାମ ଉପରେ ଚଢାଉ, ବିପୁଳ ପରିମାଣରେ ବାଣ ଜବତ

Published By : Prameya-News7 Bureau | November 13, 2020 IST

ରାଉରକେଲା ୧୩।୧୧: ରାଉରକେଲା ବନ୍ଧମୁଣ୍ଡା ଥାନା ଡୁମେରତା ଅଞ୍ଚଳରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ବିପୁଳ ପରିମାଣରେ ବାଣ ଜବତ । ଡିଏସପିଙ୍କ ନେତତ୍ବରେ ଚଢ଼ାଉ କରିଛି ପୋଲିସ । ୨ ରୁ ୩ ଟି ଗୋଦାମରେ ଚଢାଉ କରାଯାଇଛି । ଥାନାଠାରୁ ମାତ୍ର ୧୦୦ମିଟର ଦୂରରେ ଥିଲା ଏକ ଗୋଦାମ ।

ଡିଏସପି ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ରେଡ୍ କରାଯାଇଥିଲା । ରେଳବାଇ ଜାଗାରେ ଅବୈଧ ମାର୍କେଟ କମ୍ପ୍ଲେକ୍ସ ତିଆରି କରି ରଖାଯାଇଥିଲା ବିପୁଳ ପରିମାଣର ବାଣ । ବାବୁଲି ନାମକ ବନ୍ଧମୁଣ୍ଡା ଅଞ୍ଚଳର ଜଣେ ବାଣ ବ୍ୟବସାୟୀ ଦୀର୍ଘ ଦିନ ଧରି ରାଉରକେଲା, ଝାରସୁଗୁଡା, ଝାରଖଣ୍ଡ, ବଣାଇ, କୋଇଡା ଅଞ୍ଚଳକୁ ବିପୁଳ ପରିମାଣର ବାଣ ରପ୍ତାନୀ କରି ଚାଲିଥିଲା । ପୋଲିସ ବାଣକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.