ଦୀପାବଳିରେ ରାଜଧାନୀରେ ଫୁଟିବନି ବାଣ, ଧନତେରସ୍ ଉପଲକ୍ଷେ ସୁନା ଦୋକାନୀଙ୍କ ପାଇଁ କଡା ନିର୍ଦ୍ଦେଶ

Published By : Prameya-News7 Bureau | November 11, 2020 IST

ଭୁବନେଶ୍ବର ୧୧।୧୧: ଆଉ ୩ ଦିନ ପରେ ଆଲୋକର ପର୍ବ ଦୀପାବଳି । ଚଳିତ ବର୍ଷ ଦୀପାବଳି ଅବସରରେ ରାଜଧାନୀରେ ଫୁଟିବନାହିଁ ବାଣ । କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ । ଏ ନେଇ ଡିସିପି ଉମା ଶଙ୍କର ଦାସ ସୂଚନା ଦେଇଛନ୍ତି ।

ନିୟମ ଉଲଂଘନ କରି ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଡିସିପି ସୂଚନା ଦେଇଛନ୍ତି । ଜଟଣୀଠାରେ ଥିବା ତିନୋଟି ବାଣ ଗୋଦାମ ସିଲ୍ ହୋଇଛି । ଲକ୍ଷାଧିକ ଟଙ୍କାର ବାଣ ଜବତ ହୋଇଛି ।

ଧନତେରସ୍ ରେ ସୁନା ଦୋକାନୀଙ୍କ ପାଇଁ ମଧ୍ୟ କଡା ନିର୍ଦ୍ଦେଶନାମା ଜାରି କରାଯାଇଛି । ସୁନା କିଣାବିକା ସମୟରେ ଦୋକାନ ଭିତରେ ସାମାଜିକ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଉଲଂଘନ କରୁଥିବା ଦୋକାନୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.