Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ରେଢ଼ାଖୋଲରେ ଦୀପାବଳୀ ପାଇଁ ନିଆରା ଅଗ୍ନିପେଣ୍ଡୁ ଖେଳ ପରମ୍ପରା

8/11/2018 at 1:17 PM

ସମ୍ବଲପୁର ୮/୧୧: ନିଆରା ଅଗ୍ନିପେଣ୍ଡୁ ଖେଳ । ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏକ ଫୁଟବଲକୁ  ନିଆଁ ଲଗାଇ ଫୁଟବଲ ଖେଳ ତରିକାରେ  ଏହି ଖେଳ ଖେଳାଯାଏ ପଡିଆରେ । ଦୀର୍ଘ ୫୦ବର୍ଷ ହେବ ଏଭଳି ଏକ ପରମ୍ପରାକୁ ନେଇ ଦୀପାବଳି ସଂଧ୍ୟାରେ ରେଢାଖୋଲରେ ଖେଳାଯାଉଛି ଏହି ଅଗ୍ନିପେଣ୍ଡୁ ଖେଳ ।

ଫୁଟବଲ ଖେଳ ପାଇଁ ପଡ଼ିଆ ପ୍ରସ୍ତୁତ, ଖେଳାଳୀ ବି ପ୍ରସ୍ତୁତ,ରେଫରୀ ମଧ୍ୟ ପୂରା ପୋଜିସନରେ ,କେବଳ ଖେଳ ଆରମ୍ଭ କୁ ବାକି । କିନ୍ତୁ ଏହି ଖେଳଟି ସମ୍ପୁର୍ଣ୍ଣ  ଫୁଟବଲ ଖେଳଠୁ ଅଲଗା । ସାଧାରଣ ଫୁଟବଲ ଯାଗାରେ  ଏଠାରେ ରହିଛି ସ୍ବତନ୍ତ୍ର ପଦ୍ଧତିରେ ତିଆରି ହୋଇଥିବା ଫୁଟବଲ । ଦିପାବଳି ସଂଧ୍ୟାରେ ରେଢାଖୋଲର ଯଦୁମଣିପାଟଣା ବାସୀ  ଖେଳନ୍ତି ଏହି ଅଗ୍ନିପେଣ୍ଡୁ ଖେଳ । ସ୍ଥାନୀୟ ଭୀମଭୋଇ ମିନି ଷ୍ଟାଡିୟମରେ ଦୀପାବଳି ସଂଧ୍ୟାରେ ଯିଏ ଯେଉଠି ଥିଲେ  ମଧ୍ୟ ଏହି ସମୟରେ  ପହଂଚି ଯାଆନ୍ତି। ସାହି ମୁଖିଆ ଅଗ୍ନିପେଣ୍ଡୁକୁ ପଡିଆ ମଝିରେ ରଖି ପୂଜାର୍ଚ୍ଚନା କଲାପରେ ପେଣ୍ଡୁରେ ନିଆଁ ଲଗାଇଥାନ୍ତି । ତାପରେ ପେଣ୍ଡୁକୁ ଖେଳାଳିମାନଙ୍କୁ ଦେଇଥାନ୍ତି । ପୁରା ଫୁଟବଲ ପଦ୍ଧତିରେ ଖେଳ ହୁଏ । ଦୁଇଟି ଗୃପ ହୋଇ ଖେଳିଥାନ୍ତି । ପୂର୍ବରୁ ତାଲିମ ନେଇଥିବା ଛୋଟ ପିଲାଠୁ ବୟସ୍କ ପର୍ଯନ୍ତ ସମସ୍ତେ ଏହି ଖେଳ ଖେଳିଥାନ୍ତି ।  ୧୯୬୮ମସିହାରୁ ଯଦୁମଣି ପାଟଣାର  ଦୁଇ ମୁଖିଆଙ୍କ ନେତୃତ୍ବରେ ଏହି ଖେଳ ଆରମ୍ଭ ହୋଇଥିଲା ।  ନିଆଁ ଦାଉରୁ ନିଜକୁ ରକ୍ଷା,ତଥା ନିଆଁର ଭୟ ମନରୁ ଯିବା ପାଇଁ  ଏହା ଖେଳାଯାଉଛି ବୋଲି ସାହି ମୁଖିଆ କହିଥିବାବେଳେ ସାଧାରଣ ଫୁଟବଲଖେଳଠୁ କିଛି ସ୍ବତନ୍ତ୍ର ନିୟମ ଏହି ଖେଳ ପାଇଁ ରଖା ଯାଇଥିବା ରେଫରୀ କୁହନ୍ତି।

ଅଖା ବସ୍ତା,ସୁତୁଲି,ଘିଅ,କିରୋସିନକୁ ନେଇ ପ୍ରସ୍ତୁତ ହୋଇଥାଏ ଅଗ୍ନିପେଣ୍ଡୁ । ସାହିର କାରିଗରମାନେ ଏହା ତିଆରି କରିଥାନ୍ତି  ଦୀପାବଳିର  ଦୁଇଦିନ ପୂର୍ବରୁ  । ଅଖାବସ୍ତାକୁ ଚିରି ଛୋଟ ଛୋଟ କରି ସୁତୁଲିରେ ଭିଡ଼ାଯାଏ । ଛୋଟ ଆକୃତିରୁ ବଡ ହୋଇଥାଏ, ଯେଉ ପର୍ଯନ୍ତ ଫୁଟବଲ ଭଳି  ଖେଳିବା ପାଇଁ  ବଲଟି ପ୍ରସ୍ତୁତ ନହୋଇଛି ସେ ପର୍ଯନ୍ତ ବସ୍ତା ବନ୍ଧାଯାଏ । ପେଣ୍ଡୁଟି ହେଲା ପରେ ଘିଅ,କିରୋସିନରେ ବତୁରା ଯାଏ  । ଖେଳ ପ୍ରସ୍ତୁତି ପାଇଁ ଦୀପାବଳିର ସପ୍ତାହଟେ ପୂର୍ବରୁ ସାହିର ମୁଖିଆଙ୍କ ସହ ଆୟୋଜକମାନେ ବୈଠକ ବସନ୍ତି । ଖେଳ ସମୟରେ ଖେଳାଳିଙ୍କ ସୁରକ୍ଷା ପାଇଁ  ପଡିଆରେ ବାଲି,ପାଣି.ଔଷଧ,ବିଭିନ୍ନ ସୁରକ୍ଷା ସରଂଜାମ ରଖାଯାଇଥାଏ ବୋଲି  ଆୟୋଜକ କହିଥାନ୍ତି । ଏହି ଖେଳ ଖେଳିବା ପାଇଁ  ବର୍ଷସାରା ଅପେକ୍ଷାରେ ଥାନ୍ତି ଖେଳାଳି , ଠିକ ସେମିତି ଦର୍ଶକ ମଧ୍ୟ ପଡିଆରେ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି । କାରିଗରମାନେ ଏହାକୁ ତିଆରି କରି ଖୁବ୍ ଆନନ୍ଦ ଅନୁଭବ କରୁଥିବା କୁହନ୍ତି ।

ଏଭଳି ଏକ ଅଜବ ତଥା ନିଆରା ପରମ୍ପରାକୁ ନେଇ ଆଜକୁ ୫୦ବର୍ଷ ହେବ ଖେଳୁଛନ୍ତି  ଅଗ୍ନିପେଣ୍ଡୁ ଖେଳ । ସତର୍କତା,ସାବଧାନ ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଖେଳୁଥିବାରୁ ଆଜି ପର୍ଯ୍ୟନ୍ତ  ଘଟିନାହିଁ କୌଣସି ଅଘଟଣ ଯାହା ଏହି ପରମ୍ପରାର ବିଶେଷତ୍ବ ।

   Related Posts